ଆସୁଛନ୍ତି ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ଶେଷ ପର୍ଯ୍ୟାରେ, ସୁରକ୍ଷାରେ ୮୧ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୨ କମ୍ପାନୀ ସିଆରପିଏଫ

ଭୁବନେଶ୍ୱର : ଦିନକ ପରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବର ଜନତା ମୈଦାନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ । ମୋଦିଙ୍କ ଗସ୍ତ ପ୍ରସ୍ତୁତି ଜୋରଦାର । ମୁଖ୍ଯମନ୍ତ୍ରୀ ମୋହନ ମାଝୀ ମୋଦିଙ୍କ ଗସ୍ତ ନେଇ ଜନତା ମୈଦାନରେ ପ୍ରସ୍ତୁତି ବୁଲି ଦେଖିଛନ୍ତି । ସମଗ୍ର ଅଞ୍ଚଳ ଏସପିଜି କଣ୍ଟ୍ରୋଲରେ ରହିବ । ଜନତା ମୈଦାନରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଏସପିଜି ଓ ବୋମା ସ୍କ୍ବାଡ୍ ଟିମ୍ । ବ୍ଲୁ ବୁକ୍ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ରହିଛି । ମୋଦିଙ୍କ ସୁରକ୍ଷାରେ ମୁତୟନ ହେବେ ୮୧ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୨ କମ୍ପାନୀ ସିଆରପିଏଫ। ସୁରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି । ଏହାସହ ମୁତୟନ ହେବେ ୧୧ ଜଣ ଡିସିପି ରାଙ୍କର ଅଧିକାରୀ, ୨୨ ଜଣ ଅତିରିକ୍ତ ଡିସିପି, ୬୬ ଜଣ ଏସିପି, ୧୦୦ ଜଣ ଇନସ୍ପେକ୍ଟର ଓ ପ୍ରାୟ ୩ଶହ ଅଧିକାରୀ । ବିମାନବନ୍ଦରଠୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ହେବ । ବ୍ୟାପକ ମହିଳା ପୋଲିସ ସହ ସାଧା ପୋଷାକରେ ରହିବେ ପୋଲିସ ।  ଦୁଇଟି ସ୍ଥାନ ଗାଡ଼କଣ ଓ ଜନତା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଆଗମନ ନେଇ ଜନତାମଇଦାନ ପ୍ରସ୍ତୁତି ଶେଷ ପର୍ଯ୍ୟାରେ l କିଛି ସମୟ ପୂର୍ବରୁ spg ଓ ବୋମ ସ୍କୁଆଡ଼ ଟିମ ଆସି ଯାଞ୍ଚ କରି ଯାଇଛନ୍ତି l ରାଜ୍ୟରେ ଉପର ମୁହାଁ ସୁଭଦ୍ରା ମିଟର । ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସାରା ବଢୁଛି ଉତ୍ସାହ । ୧୭ ରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଘରେ ଘରେ ସୁଭଦ୍ରା । ଶୁକ୍ରବାର ସୁଦ୍ଧା ୫୦ ଲକ୍ଷରେ ପହଞ୍ଚି ସାରିଲାଣି ସୁଭଦ୍ରା ଆବେଦନ ସଂଖ୍ୟା, ଆଗକୁ ଆହୁରି ବଢିବ ! ପ୍ରତି ବ୍ଲକ ଓ ପଞ୍ଚାୟତରେ ପାଳନ ହେଉଛି ସୁଭଦ୍ରା ସ୍ବାଗତ ସପ୍ତାହ । ଗାଁ ଗାଁରେ ବୁଲୁଛି ସୁଭଦ୍ରା ରଥ ।

ଆଉ ଏ ସବୁ ଭିତରେ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ସୁଭଦ୍ରା ସହାୟତା ଉପଲବ୍ଧି ହେବ ଆହୁରି ସହଜ । ଡାକ ବିଭାଗ ବ୍ୟାଙ୍କ ଆକାଉଣ୍ଟରେ ବି ମିଳିବ ସୁଭଦ୍ରା ପ୍ରୋତ୍ସାହନ ରାଶି । ଓଡିଶା ଡାକ ପରିମଣ୍ଡଳ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଜରିଆରେ ଏହି ସେବାକୁ ଯୋଗାଇବ । ସମସ୍ତ ୮୯୧୨ ଡାକ ଘର ଆକ୍ସେସ୍ ପଏଣ୍ଟ ଭାବରେ କାର୍ଯ୍ୟ କରିବ ଏବଂ ୯୫୦୦ ଡାକ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବିସ୍ତୃତ ପରିସୀମା ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ନିର୍ଭରଯୋଗ୍ୟ ତଥା ସହଜ ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ ।

ସେପଟେ ସୁଭଦ୍ରା ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ବଡ ପଦକ୍ଷେପ ନେଇଛନ୍ତି ସରକାର । ସବୁ ବିଭାଗ କରିବେ ସୁଭଦ୍ରା ଯୋଜନାର ବ୍ରାଣ୍ଡିଂ । ଏ ନେଇ ସବୁ ବିଭାଗ ସଚିବଙ୍କୁ ଚିଠି ଲେଖି ଆଜି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ । ସବୁ ବିଭାଗ କାର୍ଯ୍ୟାଳୟରେ ଏଲ୍ ଇ ଡି ଜରିଆରେ ସୁଭଦ୍ରା ଯୋଜନାର ଭିଡ଼ିଓ ଚାଲିବ । ସବୁ ବିଭାଗର ୱେବ୍ ସାଇଟ୍, ସୋସିଆଲ ମିଡ଼ିଆ ହାଣ୍ଡେଲ, ମୋବାଇଲ ଆପରେ ପ୍ରଦର୍ଶିତ ହେବ ସୁଭଦ୍ରା ଯୋଜନା ଲୋଗୋ ଏବଂ ଟ୍ୟାଗ ଲାଇନ୍ । 15 ତାରିଖରୁ ସବୁ ବିଭାଗର ସୋସିଆଲ ମିଡ଼ିଆ ପେଜର ପ୍ରୋଫାଇଲ୍ ପିକ୍ଚର୍ ରେ ଲାଗିବ ସୁଭଦ୍ରା ଲୋଗୋ ।

nis-ad
Leave A Reply

Your email address will not be published.