ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକରେ ଡାଇରିଆ ଆତଙ୍କ ଖେଳାଇଛି । ବ୍ଳକର ତୁଳସୀ , ବାରା , କୋପ୍ରା , କର୍ତ୍ତନପାଲି , ଅଟାଳଗୁଡା ଭଳି ଗାଁ ମାନଙ୍କ ବନ୍ୟା ପରର ବିଭୀଷିକା ଝାଡାବାନ୍ତି ର ପ୍ରକୋପ ଦେଖିବାକୁ ମିଳିଛି । ସବୁ ଗାଁ ମାନଙ୍କ ରେ ସ୍ବାସ୍ଥ୍ୟବିଭାଗ ତରଫରୁ ଟିମ ସଜାଗ ରହି ରୋଗୀ ଙ୍କ ର ଚିକିତ୍ସା କରୁଥିବା ଦେଖାଦେଇଛି । ଏପରିକି ଦୁର୍ଗମ ତୁଳସୀ ପାହାଡ ରେ ଡାକ୍ତରୀ ଟିମ ଦୁଇ ଦିନ ହେଲା କ୍ୟାମ୍ପ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଝାଡାବାନ୍ତି ର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଖାଦ୍ୟ ବିଷାକ୍ତିକରଣ ଯୋଗୁଁ ଏପରି ହେଉଥିବା ସଂନ୍ଦେହ କରାଯାଉଛି । ତେବେ ପ୍ରଶାସନ ତରଫରୁ ଡାଇରିଆ ଜନିତ ମୃତ୍ୟୁ କୁ ଖଣ୍ଡନ କରାଯାଇଛି କିନ୍ତୁ ଭିନ୍ନଭିନ୍ନ ଗାଁ ରେ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଥିବା ବେଳେ ଆବଶ୍ୟକ ସ୍ଥଳେ ଗୁରୁତର ରୋଗୀ ଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଉଥିବା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଗତ ରାତିରେ ଲୁଲେର ଗ୍ରାମର ଜଣେ ମହିଳା ସୁବର୍ଣା ନାୟକ ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସ୍ବାସ୍ଥ୍ୟବିଭାଗ ତରଫରୁ ଖାଦ୍ୟ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post