ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ଵାରା ତୃତୀୟ ଜାତୀୟସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଆଜି ତା ୧୪.୦୯.୨୦୨୪ରିଖ ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାଧିକରଣ ,ତାଲୁକ ଆଈନ ସେବା ପ୍ରାଧିକରଣ ମୋଟୁ ଏବଂ JMFC,ମାଥିଲି ଓ JMFC,କୁଡୁମୁଳୁ ଗୁମ୍ମା, ଗ୍ରାମ ନ୍ୟାୟଳୟ, କୋରୁକୋଣ୍ଡା,ମାଲକାନଗିରି ଦ୍ଵାରା ତୃତୀୟ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟ ତଥା ମାଥିଲି , ମୋଟୁ, କୁଡୁମୁଳୁଗୁମ୍ମା ଠାରେ ମଧ୍ୟ ଅନୁଷ୍ଠିତ ହୋଇ ଯାଇ ଅଛି ।ଏହି ଲୋକ ଅଦାଲତ ରେ ଅନ୍ୟ ମାନଙ୍କ ମଧ୍ୟ ରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଈନ ସେବା ପ୍ରାଧିକରଣ ର ଅଧକ୍ଷ୍ୟ ଡାଃ ପ୍ରସନ୍ନ କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଦାସ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ ସତ୍ୟପ୍ରିୟ ଦାସ , ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ବିଜୟ କୁମାର ଦାସ , ଜିଲ୍ଲା ଆଈନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ସୁଶ୍ରୀ ସଂଗୀତା ପାତ୍ର , ଉପଖଣ୍ଡ ଦଣ୍ଡାଧିକରି ଶ୍ରୀମତୀ ପ୍ରତିମା ସାହୁ ଏବଂ ଗ୍ରାମ ନ୍ୟାଧିକାରୀ ଦେବେନ୍ଦ୍ରନାଥ ବାଘ, ପ୍ରଥମ ଶ୍ରେଣୀ ଦଣ୍ଡାଧିକରି ,ମାଥିଲି ଶ୍ରୀଯୁକ୍ତ ପଦ୍ମନାଭ ମାଝି , ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ,ମୋଟୁ ଶ୍ରୀଯୁକ୍ତ ପ୍ରବୀଣ କୁମାର ହୋତା, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ, କୁଡୁମୁଳୁ ଗୁମ୍ମା ଶ୍ରୀମତୀ ବିମଲ ଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦମା ର ଫଇସଲା କରିଥିଲେ ।
ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ରେ ମୋଟ 846 ଗୋଟି ମକଦ୍ଦମର ଫଇସଲା କରାଯାଇ 6558178 /- ଟଙ୍କ। ଧାର୍ଯ୍ୟ କରଯାଇଥିଲା । ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ କୋର୍ଟ, ସବ ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ ,ମୋଟୁ ଜେଏମଏଫସି କୋର୍ଟ, ମାଥିଲି ଜେଏମଏଫସି କୋର୍ଟ, କୁଡୁମୁଳୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ମାଲକାନଗିରି, ତାଲୁକ ଆଈନ ସେବା ସମିତି ,ମୋଟୁ ଓ ଆଇନସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟ।ଳୟ ର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ର ଓକିଲ ସଂଘ ର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟ ରେ ସମ୍ପୂର୍ଣ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.