ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ । ସେ ପ୍ରାଥମିକ ଚିକିତ୍ସା ସମ୍ୱନ୍ଧରେ ଗୁରୁତ୍ବପୂର୍ଣ ଅଭିଭାଷଣ ରଖୁଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ସଚେତନ ହେବାପାଇଁ ଗୁରୁତ୍ୱାରୋପ କରିଥିଲେ ଡଃ ବାବୁଲା ପାଟଜୋଶୀ । ଅନ୍ୟାନ୍ୟ ଅତିଥ୍ ମାନଙ୍କ ମଧ୍ୟରେ ଥିଲେ ସର୍ବଶ୍ରୀ ରାମକୃଷ୍ଣ ମହାନ୍ତି, ବୈକୁଣ୍ଠ ନାଥ ପଣ୍ଡା, ସନ୍ୟାସୀ ଜେନା, ସଞ୍ଜୟ କୁମାର ନାୟକ, ରିନାରାଣୀ ପ୍ରଧାନ, ଅରବିନ୍ଦ ପଟ୍ଟନାୟକ । ଆୟୋଜିତ ସଭାରେ ବିଦ୍ୟାଳୟର ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଯୁବ ରେଡକ୍ରସ ସଂଯୋଜକ ଶ୍ରୀ ଶିବରାମ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହିତ ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ପ୍ରାଥମିକ ଚିକିତ୍ସା ବାବଦରେ ସଂକ୍ଷେପରେ ବକ୍ତବ୍ୟ ରଖିଥିଲେ । ପରିଶେଷରେ ଅଧ୍ୟାପକ ବୈକୁଣ୍ଠ ନାଥ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.