ନୁଆଁ ମୈଶାନପୁର ଓ ରାମଚନ୍ଦ୍ର ପୁରରେ ପୋଷଣ ମାସ ପାଳିତ

ଚିକିଟୀ : ଏହି ବ୍ଲକ କଳବlଡ ଗ୍ରାମପଞ୍ଚାୟତର ନୁଆଁ ମୈଶାନପୁର ଓ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯାଳୟରେ ପୋଷଣ ମାସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସିଡ଼ିପିଓ ଶ୍ରୀମତୀ ଗୀତାଞ୍ଜଳି ପାଣିଗ୍ରାହୀ ଓ ସମ୍ମାନୀୟ ଅତିଥିଭାବେ ସୁପରଭାଇଜର ଶ୍ଵେତାରାଣୀ ବେହେରା ଓ ପୋଷଣ ବ୍ଲକ ସଂଯୋଜକ ସରୋଜ କୁମାର ଗୌଡ଼ ଯୋଗଦେଇଥିଲେ। ସି ଡି ପିଓ ପୋଷଣ ମାସର ମୁଖ୍ୟ ଲକ୍ଷ୍ୟ ଗର୍ଭବତୀ ମହିଳା ଓ ଶିଶୁର ସ୍ୱାସ୍ଥ୍ୟ ର ଉନ୍ନତି କରିବା,ଭିଟାମିନଯୁକ୍ତ ଖାଦ୍ୟ ବିନା ନାନା ପ୍ରକାର ରୋଗ ସୃଷ୍ଟି ହେବା, ସାର ଦିଆ ପନିପରିବା ଆମ ଶରୀର ପାଇଁ କ୍ଷତିକାରକ ବରଂ ନିଜ ବଗିଚାରେ ଗୋବର ଖତ, ଜିଆ ଖତ ଦେଈ ସବୁଜ ଶାଗ ଓ ପନିପରିବା କରି ଖାଇଲେ ସ୍ୱାସ୍ଥ୍ୟ ଭଲ ରହିବ ତାହା ଉପରେମତ ବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଗାଁ, ପଞ୍ଚାୟତ ଓ ସେକ୍ଟର ସ୍ତରରେ ଚାଲିବ ବୋଲି କହିଥିଲେ l ଏହି ଅବସରରେ ପୋଷଣର ଜନ ଆନ୍ଦୋଳନ କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରରେ ଦକ୍ଷତାର ସହିତ କାର୍ଯ୍ୟ କରିଥିବାରୁ ଖରାଖରିଆର ଅଙ୍ଗନବାଡି କର୍ମୀ ଉମା କୁମାରୀ ବିଷୋୟୀ,ପାଣ୍ଡିରି ଅଙ୍ଗନବାଡି କର୍ମୀ ରୁନି ସାହୁ ଓ ବଡବରଙ୍ଗl ଅଙ୍ଗନବାଡି କର୍ମୀ ସୁଦେଷ୍ଟା ପାଣିଗ୍ରାହୀଙ୍କୁ ଅତିଥିମାନେ ପୁରସ୍କାର ସହ ସମ୍ମାନୀତ କରିଥିଲେ l ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ସହାୟିକା, ଆଶା, ଗର୍ଭବତୀ ମହିଳା ଓ କିଶୋରୀ ବାଳିକା ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.