ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପରମ୍ପରା ଆଳରେ ଦଶହରା ମାମୁଲି ନେବା ଏକ ଅଭ୍ୟାସ ହୋଇଯାଇଛି। ଆଉ ସ୍ୱଳ୍ପ ଦିନ ପରେ ଦଶହରା ପର୍ବ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅବକାରୀ ଓ ପୋଲିସ ବାବୁ ମାନେ ଚିକିଟି ମଦ ମୃତ୍ୟୁ ପରେ ଆଉ ଚୋରା ମଦ ବ୍ୟବସାୟୀ ମାନଙ୍କ ଉପରେ ଚଢ଼ାଉ ବନ୍ଦ କରିଥିଲେ। ଏବେ ଶେର ଗଡ଼, ଆସିକା, ହିଞ୍ଜିଳି, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଚିକିଟି, ଦିଗପହଣ୍ଡି ଆଦି ଅଞ୍ଚଳ ରେ ଅବକାରୀ ବିଭାଗର କିଛି କର୍ମଚାରୀ ଚଢ଼ାଉ ବାହାନା ରେ ଦଶହରା ପାଇଁ ଗୁଆ ଦେଇ ଯାଇଥିବା ଚର୍ଚ୍ଚା ହେଲାଣି। ଚିକିଟି ମଦ ମୃତ୍ୟୁ ପରେ ଜିଲ୍ଲାରେ ଚଢ଼ାଉ ଧିମା ହୋଇ ଯାଇଥିବା ଲକ୍ଷ କରାଯାଇଛି। ଦଶହରା ମାମୁଲି ନେବା ଆଳରେ ଧର୍ମକୁ ଆଖିଠାର ଭଳି କେତେକ ସ୍ଥାନରେ ଚଢ଼ାଉ ହେଉଛି। କେବଳ ପୋଚ ନଷ୍ଟ ମଦ ଜବତ ହେଉଥିଲେ ବି ଆସାମୀ ମାନେ ଆଉ ଗିରଫ ହେଉନଥିବା ଚର୍ଚ୍ଚା ହେଲାଣି।ଏବେ ବି ଗଞ୍ଜାମ ଜିଲ୍ଲାରେ ନକଲି ଦେଶୀ ବିଦେଶୀ ମଦ ପ୍ରସ୍ତୁତି ହେବାର ନଜିର ରହିଛି। ବ୍ରହ୍ମପୁର ଠାରେ ନକଲି ବିଦେଶୀ ମଦ ପ୍ରସ୍ତୁତି ର ସରଞ୍ଜାମ ଜବତ ପରେ ହେବା ପରେ ଏହି ଚୋରା ବେପାର ର ରହସ୍ୟ ଉନ୍ମୋଚନ ହୋଇଛି। ମୁଖ୍ୟତଃ ବାଲି ମାଫିଆ, କ୍ରସର ୟୁନିଟ, ଜମି ମାଫିଆ ମାନଙ୍କ ଉପରେ ଏବେ ବାବୁ ମାନଙ୍କ ନଜର l ଫୋନ ଅଡିଓ ଭାଇରଲ ହେଲା ପରେ ବାବୁ ମାନେ ଟିକିଏ ଶଙ୍କା ରେ ଅଛନ୍ତି କିନ୍ତୁ ଦଶହରା ଗୁଆ ଦେବାକୁ ଭୁଲୁ ନାହାନ୍ତି l ଦଶହରା, ଓ କୁମାରୀପୂର୍ଣ୍ଣିମା କୁ ଆଖି ଆଗରେ ରଖି ଜୁଆ ଖେଳ ମଧ୍ୟ ଆରମ୍ଭ ହୋଇ ଗଲାଣି ପୋଲିସ ସହିତ ସାଲିସ କରି ଜୁଆ ଆଡ୍ଡା ଚଲାଉଥିବା ମାଫିଆ ମାନେ ବର୍ତ୍ତମାନ ସକ୍ରିୟ ସେମାନଙ୍କ ରଣ ନୀତି ଆରମ୍ଭ କରି ସାରିଲେଣି ବୋଲି ବି ସୂଚନା ରହିଛି l ମୁଖ୍ୟତଃ ଚିକିଟି, ପାତ୍ରପୁର, ଜରଡ଼ା, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ହିଞ୍ଜିଳି, ଆସିକା ଏବଂ ବ୍ରହ୍ମପୁର ରେ ଅନେକ ଦାମୀ ହୋଟେଲ ଏବଂ ସୁରୁକ୍ଷିତ ଭଡା ଘର ନିଆ ସରିଲାଣି କେବଳ ଫିକ୍ସଙ୍ଗ ଅପେକ୍ଷା ରେ ଜୁଆ ଦଲାଲ ଓ ଯୁଆଡ଼ି ମାନେ ବୋଲି ଚର୍ଚ୍ଚା ହେଉଛି l ଦେଖା ଯାଉ ଆଗକୁ କଣ ହେଉଛି ସମୟ କହିବ…!
Sign in
Sign in
Recover your password.
A password will be e-mailed to you.
Next Post