ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଫୁଲବାଣୀ : ଏକ ୯ ବର୍ଷ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ଫୁଲବାଣୀ ପୋକସୋ କୋର୍ଟ ଆଜି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୫୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଅଧିକ ୮ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କୋଟଗଡ଼ ଥାନା ଅଞ୍ଚଳର କିଷାନ୍ତ ସାନ ସେଠ୍ । ପ୍ରାପ୍ତ ସୂଚନା ଅନୁଯାୟୀ
୧୬/୦୫/୨୦୨୩ ଦିନ ଗୋଟାଏ ସମୟରେ ପୀଡିତା ଆମ୍ବ ଗଛ ତଳେ ବସିଥିଲେ ସେହି ସମୟରେ ଅନ୍ୟ ଏକ ଝିଅ ଜଣେ ପୁଅ ପରସ୍ପର ସହିତ ଝଗଡା ଲାଗିଲେ l ସେହି ପୁଅଟି ଝିଅକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ କିସନ ସାନସେଠ ପୀଡିତାଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି କହିଥିଲେ । ଏହା ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେହି ପୁଅକୁ ପଚରାଯିବାରୁ ସେ କହିଥିଲେ ଯେ ଦିନେ ଦୁହେଁ କିସାନ୍ତ ଘରେ ଟିଭି ଦେଖୁଥିଲେ, ଏହି ସମୟରେ ଅଭିଯୁକ୍ତ ଘରୁ ବାହାରକୁ ନେଇ ପୀଡିତା ସହ ହଇରାଣ କରିଥିଲେ । ତାପରେ ଏ ସଂକ୍ରାନ୍ତରେ ପୀଡିତା କୁ ପଚରାଯିବା ପରେ ପୀଡିତା ମଧ୍ୟ ପରିବାର ସଦସ୍ୟଙ୍କୁ ସମାନ ଘଟଣା କହିଥିଲେ l ସେ ଏହି ବିଷୟରେ କାହାକୁ କିଛି କହିଲେ ତାକୁ ଜିବନରେ ମାରିଦେବା ପାଇଁ ଅଭିଯୁକ୍ତ ଧମକ ଦେଇଥିଲେ l ପରେ ପିଡିତାଙ୍କ ପରିବାର ପକ୍ଷରୁ ଅଭିଯୁକ୍ତ କିଷାନ୍ତ ନାମରେ ଏକ ନାବାଳିକା ଦୁଷ୍କର୍ମ ମାମଲା ଲିଖିତ ଅଭିଯୋଗ ୨୦/୦୫/୨୦୨୩ ରେ କୋଟଗଡ଼ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ୫୪/୨୩ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଆଜି ଏହି ମାମଲାର ବିଚାର କରି ଫୁଲବାଣୀ ପୋକସୋ ଅଦାଲତ ବିଚାରପତି ରାଜେଶ କୁମାର ଦାଶ ସାକ୍ଷୀଙ୍କ ବୟାନ ଓ ମେଡ଼ିକାଲ ରିପୋର୍ଟ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ପିଡିତାଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ।

nis-ad
Leave A Reply

Your email address will not be published.