ଲଗାଣ ବର୍ଷାରେ ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ ରାସ୍ତା ଧସିଲା, ଯାତାୟତ ବାଧାପ୍ରାପ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ ତିନିଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ ରାସ୍ତା ଭାଲ୍ଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସି ଯାଇଥିବାରୁ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଅବରୋଧ ହୋଇଯାଇଛି । ଫଳରେ ଚିତ୍ରକୋଣ୍ଡା ଓ ବାଲିମେଳା ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଉଭୟ ପଟରୁ ଆସୁଥିବା ସମସ୍ତ ଗାଡ଼ି ଅଟକି ଥିବା ବେଳେ ସମସ୍ତ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚିତ୍ରକୋଣ୍ଡା ସଦର ମହକୁମା ଠାରେ ଡ୍ରେନ ଗୁଡିକର ପାଣି ଘର ଭିତରେ ପଶି ଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ରାସ୍ତାରେ ପିଲିଗାଡ଼ା ବ୍ରିଜରେ ପାଣିର ସୁଅ ବଢ଼ି ଯାଇ ରାସ୍ତା ଧୋଇ ନେଇଛି ଏବଂ ଆନ୍ଧ୍ରପ୍ରଦେଶ ସହ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି । ସେଠାରେ ଥିବା ଏକ ଷ୍ଟୋର ରୁମ ଏବଂ ଜେସିଵି ୨୦୦ ମେସିନ ମଧ୍ୟ ଭସାଇ ନେଇଛି । ଯୋଡ଼ାମ୍ବ ଏବଂ ଜାନବାଇ ମେଡିକାଲ ରେ ପାଣି ପଶି ଆଣ୍ଠୁଏ ହୋଇ ଯାଇଥିବାରୁ ରୋଗୀ ମାନଙ୍କ ଚିକିତ୍ସା ରେ ବାଧାପ୍ରାପ୍ତ ହୋଇଛି । ଯନ୍ତ୍ରୀ, ପଣସପୁଟ, ଗଜଳମାମୁଡ଼ି ସମେତ ଅନ୍ୟ ପଞ୍ଚାୟତ ଗୁଡିକରେ ଥିବା ନଦୀ ନାଳ ର ସ୍ତର ବଢି ଯାଇଥିବାରୁ ଗମନାଗମନ ରେ ବାଧାପ୍ରାପ୍ତ ହୋଇଛି। ବର୍ଷା ର ପ୍ରକୋପରେ ସମ୍ପୂର୍ଣ୍ଣ ଚିତ୍ରକୋଣ୍ଡା ବ୍ଲକ ପ୍ରଭାବିତ ହୋଇଛି ।

nis-ad
Leave A Reply

Your email address will not be published.