ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ; ପୌରାଞ୍ଚଳମାନଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ କ୍ଷେତ୍ର ସ୍ରୁଷ୍ଟି ହୋଇଛି l ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଉପକୁଳରେ ଗତିଶୀଳ ହୋଇ ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତ ରୂପ ନେଇପାରେ l ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଏବଂ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ପ୍ରସ୍ତୁତି ସହିତ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l

ସମ୍ଭାବ୍ୟ ଲଗାଣ ବର୍ଷା ଫଳରେ ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିବାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ l ଏହି ପରିପ୍ରେକ୍ଷୀରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ସମସ୍ତ ମହାନଗର ନିଗମର କମିଶନରଙ୍କ ସମେତ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖାଲୁଆ ତଥା ତଳିଆ ସ୍ଥାନଗୁଡିକ ପାଇଁ ପମ୍ପସେଟ୍ ପ୍ରସ୍ତୁତ ରଖିବାକୁ ନିର୍ବାହୀ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି, ଜଳବନ୍ଦି, ରାସ୍ତାଘାଟ ବିଚ୍ଛିନ୍ନ ହେବା ଆଦି ସଂପର୍କରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି l ପୌର ପରିଷଦ ଗୁଡିକ ତୁରନ୍ତ ସେମାନଙ୍କର କଣ୍ଟ୍ରୋଲ୍ ରୁମ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦିଆଯାଇଛି l

ଶ୍ରୀମତୀ ପାଢୀ ଆଭାସିରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ଥିବା ବିଭାଗରେ ନୋଡାଲ ଅଧିକାରୀମାନଙ୍କ ସମେତ ପୌର ଅଧିକାରୀ ମାନଙ୍କ ସହ ତାଜା ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ସେମାନେ ପରିସ୍ଥିତି ମୁକାବିଲା ପାଇଁ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ l ନୋଡାଲ ଅଧିକାରୀମାନେ କ୍ରମାଗତ ଭାବେ ସଂପୃକ୍ତ ଜିଲ୍ଲାର ପୌରାଚଂଳ ଗୁଡିକର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହ ମନିଟର କରିବାକୁ ପ୍ରମୁଖ ସଚିବ ଶ୍ରୀମତୀ ପାଢୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଆଭାସୀରେ ସ୍ବତନ୍ତ୍ର ସଚିବ ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ଦେବାଶିଷ ସିଂହ, ରାଜ୍ୟ ଗୃହ ନିର୍ମାଣ ନିର୍ଦ୍ଦେଶକ ଗଙ୍ଗାଧର ନାୟକ, ଅତିରିକ୍ତ ଶାସନ ସଚିବ ରବିନ୍ଦ୍ର କୁମାର ସାହୁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.