ମା ବରାଳଦେବୀଙ୍କ ସମେତ ଗ୍ରାମର ଗ୍ରାମଦେବୀଙ୍କ ନିକଟରେ ନୂଆଖାଇ ପର୍ବ ପାଳିତ…

ଫୁଲବାଣୀ : ନୂଆଖାଇ ଜୁହାର ପର୍ବ ପଶ୍ଚିମ ଓଡିଶାର ଏକ ପ୍ରମୁଖ ପର୍ବ l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର କୃଷି କାର୍ଯ୍ୟ ହେଉଥିବା ଗ୍ରାମାଞ୍ଚଳରେ ମଧ୍ଯ ପାଳନ ହୋଇଛି ଏହି ପ୍ରମୁଖ ପର୍ବ। ଏହି ପର୍ବରେ ଚାଷୀ ପ୍ରଥମ ଅମଳର ଶସ୍ୟ ନିଜ ନିଜର ଅଧିଷ୍ଠାତ୍ରୀ ଦେବା ଦେବୀଙ୍କୁ ସମର୍ପଣ କଲା ପରେ ନିଜ ନିଜର ବନ୍ଧୁ ବାନ୍ଧବ, ସାହି, ପଡିଶା, ସାଙ୍ଗ, ସାଥୀ ଓ ପ୍ରିୟଜନ ମାନଙ୍କ ଗ୍ରହଣରେ ନୂଆ ଚାଉଳରେ କ୍ଷୀରି ପ୍ରସ୍ତୁତ କରି ଖିଆଯାଇଥାଏ । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ବଲସକୁମ୍ପାର ପ୍ରତ୍ୟକ୍ଷ ଠାକୁରାଣୀ ମାଁ ବରାଳ ଦେବୀଙ୍କ ମନ୍ଦିରରେ ନୂଆଖାଇ ପର୍ବ ପାଳିତ ହୋଇଛି। ରୀତି ନୀତି ଅନୁସାରେ ପୂଜକ ଜଗଦୀଶ ଦେହୁରୀ, ଅଭୟ ଦେହୁରୀ, ରଥ ଦେହୁରୀ ମା’ଙ୍କ ପୂଜା କରିଥିଲେ। ଧାର୍ଯ୍ୟ ଲଗ୍ନରେ ମଧ୍ୟାହ୍ନ ୧୨ ଟା ୩୦ରୁ ୧ଟା ୩୦ ମଧ୍ୟରେ ପାରମ୍ପରିକ ରାତିରେ ନବାନ୍ନ ଅର୍ପଣ କରାଯାଇଥିଲା । ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ମୁଖ୍ୟ ପୂଜକ ଦେବୀଙ୍କୁ ନୂଆକୁଣ୍ଡା ଅର୍ପଣ କରି ସମସ୍ତ ପ୍ରାଣୀଙ୍କ ମଙ୍ଗଳ ବିଧାନ ପାଇଁ ପ୍ରାର୍ଥନା କରଥିଲେ। ସେହି ଭଳି ଦେବୀ ଖମ୍ବେଶ୍ୱରୀ, ମାଆ ପିତାବଳିଙ୍କ ଠାରେ ମଧ୍ୟ ନୂଆ ଲାଗିଛି। ଶ୍ରଦ୍ଧାଳୁ ମାନେ ବରାଳ ଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ନୂଆଖାଇ ଜୁହାର ଭେଟ ଭାଟ
ଆରମ୍ଭ ହୋଇଥିଲ । ମନ୍ଦିର ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ପ୍ରଧାନ, ଉପ ସଭାପତି ଗୌତମ ପ୍ରଧାନ, ଉପଦେଷ୍ଟା ରମାକାନ୍ତ ମଲ୍ଲିକ, ଅନ୍ତର୍ଯ୍ୟାମୀ ଦଳ ବେହେରା, ସେବାୟତ ନଟବର ନାୟକ , ଉଦ୍ଧବ ବିଷୋୟୀ, ଦିଲ୍ଲୀପ ବେହେରା, ପରିଚଳନା କମିଟିର ଅନ୍ୟ ସଭ୍ୟଙ୍କ ସମେତ କୁଇ ସମାଜର ସଭାପତି ଭାଗିରଥ କହଁର, କୋଷାଧ୍ୟକ୍ଷ ସୁଧାକର କହଁର ଓ ବିଭିନ୍ନ ମୁଠାର ସଭାପତି, ସମ୍ପାଦକ, ଉପସ୍ଥିତ ଥିଲେ। ସମଗ୍ର ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁ, ଭକ୍ତମାନେ ଉପବାସ ରହି ଏକତ୍ରିତ ହୋଇ ମାଁଙ୍କୁ ଦର୍ଶନ କରିବା ପରେ ପ୍ରଥମ ନବାନ୍ନ ଭୋଗ ପ୍ରସାଦ ଭାବେ ଗ୍ରହଣ କରିଥିବା ଦେଖିବାକୁ ମିଳିଛି l

nis-ad
Leave A Reply

Your email address will not be published.