ସୀମାନ୍ତରେ ୫ ଲକ୍ଷ ଇନାମି ମାଓ ଦମ୍ପତିଙ୍କ ଆତ୍ମସମର୍ପଣ


ମାଲକାନଗିରି, ୬।୯ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ପୋଲିସର ନିକଟରେ ୫ ଲକ୍ଷ ଇନାମି ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡରେ ମାଓ ବିଲୋପ ନିମନ୍ତେ ପୋଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଉଥିବା ସହ ସରକାରଙ୍କ ଆତ୍ମସମର୍ପଣ ନୀତି ଦ୍ୱାରା ପ୍ରଭାବିତ ହୋଇ ଅନେକ ମାଓବାଦୀ ସଂଗଠନ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ସହ ମାଓ ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏହି କ୍ରମରେ ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ଆଜି କୁଖ୍ୟାତ ମାଓବାଦୀ ସୋନାଭା ଓରଫ ଡୋସେଲ ସଲାମ ଏବଂ ତାଙ୍କ ପତ୍ନୀ ଆରତୀ ସଲାମ ମାଓ ସଂଗଠନ ଛାଡି ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ମଅବଦୀ ଉଭୟ ସ୍ଵାମୀ ସ୍ତ୍ରୀ ହୋଇଥିବା ବେଳେ ଏମାନେ ଦୀର୍ଘ ବର୍ଷ ଧରି ମାଓ ସଂଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲେ । ତେବେ ଏହି ଦୁଇ ମାଓବାଦୀଙ୍କ ଉପରେ ସରକାରଙ୍କ ପକ୍ଷରୁ ମୋଟ ୫ ଲକ୍ଷ ଟଙ୍କାର ଇନାମ ରହିଥିବା ବେଳେ ମାଓ ସଂଗଠନ ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ଏବଂ ନିଜର ନୀତି ଆଦର୍ଶରୁ ପହରୀ ଯାଉଥିବାରୁ ଏମାନେ ସାଧାରଣ ଜୀବନ ଜାପାନ ନିମନ୍ତେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ପୋଲିସ ନିକଟରେ ସ୍ଵୀକାର କରିଛନ୍ତି । ଏସପି ପ୍ରଭାତ କୁମାର ଅନ୍ୟ ପୋଲିସ ଅଧିକାରୀଙ୍କ ନିକଟରେ ଏମାନେ ଆତ୍ମସମେପ୍ନ କରିଥିବା ବେଳେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ସରକାରଙ୍କ ନକ୍ସଲ ବିଲୋପ ନୀତି ଅନୁଯାୟୀ ୨୫ ହଜାର ଲେଖାଏଁ ପ୍ରୋତ୍ସାହନ ମୂଳକ ରାସୀ ପ୍ରଦାନ ସହ ଆଗାମୀ ଦିନରେ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି।

nis-ad
Leave A Reply

Your email address will not be published.