ବାର୍ଡ ଫ୍ଲୁ ଚିନ୍ତା: ସୀମାନ୍ତରେ ଅଟକିଛି ୭୦ଟି କୁକୁଡା ଓ ଅଣ୍ଡା ବୋଝେଇ ଗାଡ଼ି

ଜଳେଶ୍ବର : ସୀମାନ୍ତରେ ଅଟକିଛି ୭୦ଟି କୁକୁଡା ଓ ଅଣ୍ଡା ବୋଝେଇ ଗାଡ଼ି । ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ସୋନାକଣିଆ ଚେକପୋଷ୍ଟରେ ଅଟକି ରହିଛି ଗାଡି । ଆନ୍ଧ୍ର ପ୍ରଦେଶ ରୁ ଓଡିଶା ଭିତର ଦେଇ ଆସାମ ଯାଉଥିଲା କୁକୁଡା ଗାଡି । ଓଡିଶାର ବିଭିନ୍ନ ଜିଲ୍ଲାରେ ବାର୍ଡଫ୍ଲୁ ବ୍ଯାପି ଥିବା ଯୋଗୁ ନାକା ପଏଣ୍ଟରେ ଗାଡି ପଶ୍ଚିମବଙ୍ଗ ଭିତରକୁ ଛାଡୁନି ପଶ୍ଚିମବଙ୍ଗ ପୋଲିସ । ଗତକାଲି ରାତିରୁ ଗାଡି ଗୁଡିକୁ ଚେକପୋଷ୍ଟ ନିକଟରେ ଅଟକ ରଖାଯାଇଛି ।

ସେହିପରି ଗତକାଲି ପୁରୀ ନିମାପଡ଼ାରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ । ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ସହ ୩ ଜଣିଆ ଟିମ୍ ପହଞ୍ଚି ଗ୍ରାଉଣ୍ଡରେ ଯାଞ୍ଚ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳ ପରିଦର୍ଶନ କରି କେତେ ପରିମାଣର କୁକୁଡ଼ା ସଂକ୍ରମିତ ହୋଇଛନ୍ତି ସେ ସବୁର ଅନୁଧ୍ୟାନ କରିଥିଲେ ।

nis-ad
Leave A Reply

Your email address will not be published.