ଫୁଲବାଣୀ : ଓଡ଼ିଶା ସରକାରଙ୍କର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କରୋନେସନ ପଡ଼ିଆ ପଡ଼ିଆରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବଦ୍ଧନା ସମାରୋହ- ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଗୁରୁ କେବଳ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ସମାଜର ମାର୍ଗଦର୍ଶକ । ଆଜି ଆମେ ଯେଉଁ ସ୍ଥାନରେ ଅଛୁ ତା’ର ଶ୍ରେୟ କେବଳ ଆମ ଗୁରୁ ମାନଙ୍କର ବୋଲି ଅଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ। ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଲେ, ସେ ପୁରାତନ ଯୁଗ ହେଉ ବା ଅଧୁନିକ ଯୁଗ ହେଉ ଗୁରୁଙ୍କ ବିନା ଜଣେ ଆଗକୁ ବଢ଼ିପାରିବ ନାହିଁ କି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ନାହିଁ। ନିଜର ଆତ୍ମବିଶ୍ଵାସ, ଆଗକୁ ବଢ଼ିବାର ଦୃଢ଼ ପ୍ରତିଜ୍ଞା ବଳରେ ଜଣେ ତା’ର ସ୍ବପ୍ନକୁ ସାକାର କରିପାରିବ ଯାହାକି ତାଙ୍କ ଜୀବନରେ ଘଟିଥିଲା। ଆଜିର ଏହି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ସମ୍ବର୍ଦ୍ଧନା ଉତ୍ସବ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କହିଲେ ପୁରସ୍କାର ଏକ ସୋପାନ ମାତ୍ର । ଏହା ସେମାନଙ୍କୁ ଉତ୍ସାହ, ସହ , ଆତ୍ମବଳ ଏବଂ ଆଗକୁ ବଢ଼ିବାର ଇନ୍ଧନ ପ୍ରଦାନ କରୁ ମାତ୍ର ଅହଂଭାବ ସୃଷ୍ଟି ନ କରୁ। ଶେଷରେ ଶିକ୍ଷା ଉପରେ ଗୁରୁତ୍ଵ ଦେଇ କହିଥିଲେ ଯେ, ଶିକ୍ଷା ହିଁ ଗୋଟିଏ ମାତ୍ର ସାଧନ ଯାହା ସତ୍ ପାଇଁ ଲଢ଼େଇ କରିବାରେ ରେ ସହାୟକ ହୋଇ ପାରିବ। ଜଣେ ଯେତେ ସଫଳ ବ୍ୟକ୍ତି ହେଲେ ମଧ୍ୟ ନିଜର ଜନ୍ମମାଟିକୁ ନ ଭୁଲିବାକୁ ଶ୍ରୀ ଋତୁରାଜ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ମାନନୀୟ କନ୍ଧମାଳ ସାଂସଦଙ୍କ ପ୍ରତିନିଧି । ପ୍ରିୟନାଥ ଶର୍ମା ଓ ମାନ୍ୟବର ଫୁଲବାଣୀ ବିଧାୟକଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ମହାନ୍ତି ଯୋଗଦେଇ କହିଲେ ବିଦ୍ୟାର୍ଥୀମାନେ ନିଜ ଜିଲ୍ଲା, ରାଜ୍ୟ ତଥା ଦେଶର ଭବିଷ୍ୟତ। ତେବେ ତାଙ୍କ ଭବିଷ୍ୟତ ନିର୍ମାଣରେ ସେମାନଙ୍କ ଗୁରୁମାନଙ୍କର ଯେଉଁସବୁ ଭୂମିକା ରହିଛି ସେ ବିଷୟରେ ଆଲୋଚନା କରି ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଆଜିର ଏହି ସମ୍ବର୍ଦ୍ଧନା ସମାରୋହ ପାଳନରେ ସରକାରଙ୍କର ଆଭିମୁଖ୍ୟ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିବାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ଦୋରା ଧନ୍ୟବାଦ ଅର୍ପଣ କରି ରିଥିଲେ । କନ୍ଧମାଳ ଜିଲ୍ଲାର ଜିଲ୍ଲା ସମୁଦାୟ ୧ହଜାର ୩୦୭ ଜଣ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲେ। ସେମାନଙ୍କ ମଧ୍ୟରୁ ୭୪ ଜଣ ଜିଲ୍ଲା ସ୍ତରୀୟ ପୁରସ୍କାର ରାଶି ୧୦ହଜାର ଟଙ୍କା ଲେଖ ଲେଖାଏଁ ପାଇଥିବାବେଳେ ୧ହଜାର ୨୩୩ଜଣ ୫ହଜାର ଟଙ୍କା ଲେଖାଏଁ ପୁରସ୍କାର ଅର୍ଥରାଶି ପାଇଥିବା ଜଣାପଡ଼ିଛି। ସେହିପରି, ଜିଲ୍ଲାର ୨୬୦ଜଣ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ୭ ହଜାର ୫୦୦ ଟଙ୍କା ଲେଖାଏଁ ପାଇଛନ୍ତି। ବାର୍ଷିକ ହାଇସ୍କୁଲ ପରୀକ୍ଷା ୨୦୨୪ରେ ପ୍ରାପ୍ତ ମୋଟ ନମ୍ବର ଆଧାରରେ ଚୟନ କରାଯାଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ, ବାର୍ଷିକ ହାଇସ୍କୁଲ ପରୀକ୍ଷା ୨୦୨୪ ରେ ଓଡ଼ିଆ ବିଷୟରେ ପ୍ରାପ୍ତ ମୋଟ ନମ୍ବର ଆଧାରରେ ଓଡ଼ିଆ ଭାଷା ବୃତ୍ତି ପ୍ରଦାନ କରାଯାଇଛି। ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଦିଆ ଯାଉଥିବା ଜାତୀୟ ପୁରସ୍କାର ପ୍ରାପ୍ତ ବଳରାମ ସାହୁ ଏବଂ ଶ୍ରୀମତୀ ବିରାଜିନି ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ରାଜ୍ୟ ପୁରସ୍କାର ପ୍ରାପ୍ତ ୭ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। ଆଜିର ଏହି ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସମସ୍ତ ବିଭାଗୀୟ ଅଧିକାରୀ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post