ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ତହସିଲ ଅନ୍ତର୍ଗତ କୁଆଁରମୁଣ୍ଡା ମୁଖ୍ୟବଜାର ଠାରୁ ରାଜପଥ ୧୪୩ ନମ୍ବର କୋଡ଼ ମାନଙ୍କରେ ଅନେକ ସ୍ଥାନର ସରକାରୀ ଜମି ମାନଙ୍କରେ ଲୋକମାନେ ଜବରଦଖଲ କରି ଅନେକ ଦୋକାନ କରି ନିଜର ପରିବାର ପ୍ରତି ପୋଷଣ କରି ଆସୁଥିବା ଦୃଷ୍ଟାନ୍ତକୁ ଆସୁଛି | ଏହି ଜବରଦଖଲ ବିରୋଧରେ କେତେକ ସ୍ଥାନୀୟ ଲୋକ ଜବରଦଖଲ ବିଷୟରେ ସ୍ଥାନୀୟ ତହସିଲଦାର ଓ ଜିଲ୍ଲା ପାଲଙ୍କୁ ଅଭିଯୋଗ କରି ଆସୁଥିବା ବେଳେ ତହସିଲ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା | ଆଜି ତହସିଲଦାର ଚଦ୍ରଜିତ ବେହେରା, ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ, ସ୍ଥାନୀୟ ରାଜସ୍ୱ ପରିଦର୍ଶକ ବେଣୁଧର ବେହେରା ତଥା ତହସିଲର ଅନ୍ୟ ସହଯୋଗୀ କର୍ମଚାରୀ ଏବଂ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ସହଯୋଗରେ କୁଆଁରମୁଣ୍ଡା ରାଜପଥ ପାର୍ଶ୍ଵରେ ଥିବା ସରକାରୀ ଜମିରେ ଜବରଦଖଲ କରି ନିର୍ମାଣ ହୋଇଥିବା ଏକ ଢ଼ାବାକୁ ଉଚ୍ଛେଦ କରାଯାଇଥିଲା ! ଏହି ଜବରଦଖଲ ଉଚ୍ଛେଦ ସମୟରେ ସରକାରୀ ଜମିରେ ନିର୍ମାଣ କରିଥିବା ଦୋକାନ ଗୃହ ଲୋକେ ଓ ଢ଼ାବା ନିର୍ମାଣ କରିଥିବା ଢ଼ାବା ମାଲିକ ଉପସ୍ଥିତ ରହି ନିର୍ମାଣ କରିଥିବା ଗୃହ ସାମଗ୍ରୀ ଉଛେଦରେ ପ୍ରଶାସନକୁ ସହଯୋଗ କରିବା ଦେଖିବାକୁ ମିଳିଥିଲା | ଏହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଜବରଦଖଲ କାରୀଙ୍କ ମଧ୍ୟ କୁକୁଆ ଭୋୟ ରହିଛି !

nis-ad
Leave A Reply

Your email address will not be published.