ଭୁବନେଶ୍ଵରରୁ ବ୍ରାଉନସୁଗାର ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଛାତ୍ରୀ ଗିରଫ

ଭୁବନେଶ୍ବର: ଡିଲ୍‌ ବେଳେ ୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ଅବକାରୀ ପୋଲିସ । ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳରୁ ଜବତ କଲା ଅବକାରୀ ପୋଲିସ । ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମୋଟ ୩ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ ।

ସୂଚନା ଅନୁସାରେ, ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳରୁ ଅବକାରୀ ପୁଲିସ ୨୭୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ୩ ଦଲାଲଙ୍କୁ ବି ପୁଲିସ ଗିରଫ କରିଛି। ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଦଲାଲଙ୍କ ସହିତ ଡିଲ୍‌ କରୁଥିବାବେଳେ ପୁଲିସ ଚଢ଼ାଉ କରି ଏହାର ପର୍ଦ୍ଦାଫାଶ କରିଥିଲା। ତେବେ ଗିରଫ ଅଭିଯୁକ୍ତ ୩ ଜଣ ହେଉଛନ୍ତି ଭୁବନେଶ୍ୱରରେ ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ ଛାତ୍ର ଓ ଛାତ୍ରୀ । ଏମାନେ ନିଜେ ବ୍ରାଉନ୍‌ସୁଗର ଖାଇବା ସହିତ କଲେଜରେ ପଢ଼ୁଥିବା ନିଜ ସହପାଠୀଙ୍କୁ ଖାଇବାକୁ ଦେଉଥିଲେ। ଏପରିକି ବ୍ରାଉନ୍‌ସୁଗର ବେପାର ମଧ୍ୟ କରୁଥିଲେ।

nis-ad
Leave A Reply

Your email address will not be published.