କଟକ ଦୁର୍ଗାପୂଜା ଓ ଗଣେଶ ପୂଜା ଭସାଣରେ ବାଜିବନି ଡିଜେ

କଟକ : କଟକରେ ବାଜିବନି ଡିଜେ । କଟକ ଦୁର୍ଗାପୂଜା ଓ ଗଣେଶ ପୂଜା ଭସାଣରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ । କମ୍ ଶବ୍ଦରେ କେବଳ ସାଉଣ୍ଡ ବକ୍ସ ବାଜିବ । ୬ଟି ବକ୍ସ ବ୍ୟବହାର କରି ହେବ । ଶବ୍ଦ ପ୍ରଦୂଷଣ ରୋକିବାକୁ ୬୫ ଡେସିବେଲ ପାଇଁ ଅନୁମତି ଦିଆଯାଇଛି । ସେହିପରି ରାତି ୧୨ ପର୍ଯ୍ୟନ୍ତ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ଭସାଣିବେଳେ ମେଢ଼କୁ ବ୍ୟବସ୍ଥିତ ଢ଼ଙ୍ଗରେ ଛଡ଼ାଯିବ ।

ସେହିପରି ଦୁର୍ଗାପୂଜାକୁ ନିଶାମୁକ୍ତ ରଖିବାକୁ ପ୍ରୟାସ ହେବ । ଚାନ୍ଦା ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ପୂର୍ବାଞ୍ଚଳ ମହାନଗର ଦୁର୍ଗାପୂଜା କମିଟି ବୈଠକରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

nis-ad
Leave A Reply

Your email address will not be published.