ନକଲି ପୋଲିସ ଅଫିସର ଗିରଫ

ଭୁବନେଶ୍ବର: ନକଲି ପୋଲିସ କୁ ବାନ୍ଧିଲା ଅସଲି ପୋଲିସ । ପୋଲିସ ଡ୍ରେସ ପିନ୍ଧି ଫେସବୁକ ରେ ଯୁବତୀ ମାନଙ୍କୁ ଫସାଇ ପ୍ରେମ ବିବାହ କରୁଥିଲେ । ଏଭଳି ଜଣେ ନକଲି ପୋଲିସକୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଭଦ୍ରକର ସୁବାସ କଅଁର (୫୫) ।

ଖବର ମୁତାବକ, ସୁବାସ କଅଁର ନିଜକୁ ରାଉରକେଲାର ପୋଲିସ ଇନ୍ସପେକ୍ଟର ମନୋଜ ମିଶ୍ର ବୋଲି କହୁଥିଲା । ମନୋଜ ମିଶ୍ର ନାରେ ଫେସବୁକରେ ଫେକ ଆକାଉଣ୍ଟ ଖୋଲିଥିଲା । ପୋଲିସ ଡ୍ରେସ ପିନ୍ଧି ଫେସବୁକରେ ପୋଷ୍ଟ କରିଥିଲା ଅଭିଯୁକ୍ତ । ଆଉ ଏହି ଆକାଉଣ୍ଟ ମାଧ୍ୟମରେ ସେ ଯୁବତୀ ମାନଙ୍କ ସହ ଚାଟ୍ କରି ସେମାନଙ୍କୁ ପ୍ରେମ ଜାଲରେ ଫସାଉଥିଲା ।

ଖାଲି ସେତିକି ନୁହଁ ନିଜକୁ ପୋଲିସ କହି ସେ ତିନି ଜଣଙ୍କୁ ବିବାହ ମଧ୍ୟ କରିଛି । ଆଉ ସେମାନଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲା । ଆଉ ସତ ଯେପରି ଧରାନପଡେ ସେ ସେମାନଙ୍କୁ ଅଲଗା ଅଲଗା ସ୍ଥାନରେ ରଖୁଥିଲା । ହେଲେ କୌଣସି କାରଣରୁ ତୃତୀୟ ସ୍ତ୍ରୀଙ୍କର ଅଭିଯୋଗ ହେତୁ ସୁବାସ କଅଁରକୁ ବାନ୍ଧିଛି ଖଣ୍ଡଗିରି ଥାନା ପୋଲିସ ।

ତେବେ ସୁବାସ କଅଁରଙ୍କ ଜଣେ ୨୫ ବର୍ଷର ପୁଅ ଓ ଝିଅ ମଧ୍ୟ ଥିବା ଜଣାପଡିଛି । ସେ ଟଙ୍କା ଲୋଭରେ ଏପରି କାଣ୍ଡ ଘଟାଉଥିବା କହିଛନ୍ତି ପୋଲିସ ଅଧିକାରୀ ।

nis-ad
Leave A Reply

Your email address will not be published.