ସାଇବର ଲୁଟେରାଙ୍କ ଜାଲରେ ଦମ୍ପତି, ଲୁଟିନେଲେ ୧୭ ହଜାର ଟଙ୍କା

ମାଲକାନଗିରି : ବର୍ତ୍ତମାନ ସମୟରେ ସମସ୍ତ ସେବା ଗୁଡିକୁ ଡିଜିଟାଲ ବ୍ୟବସ୍ଥା ରେ ରୂପାନ୍ତରିତ କରାଯିବା ବେଳେ ଏହାର ସୁଯୋଗ ନେଇ ବିଭିନ୍ନ ଆଳରେ ଲୁଟୁଛନ୍ତି ସାଇବର ଲୁଟେରା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ସରକାରୀ କଲୋନୀ ରେ ରହୁଥିବା ସନାତନ ବାରିକ ଏବଂ ତାଙ୍କ ପତ୍ନୀ ଗୀତାଞ୍ଜଳି ବାରିକ ସାଇବର ଲୁଟେରାଙ୍କ କବଳରେ ଫସି ଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟରେ ଡିଷ୍ଟାନ୍ସ ପାଠ୍ୟକ୍ରମ ରେ ଦୁଇ ବର୍ଷ ହେବ ସ୍ନାତକୋତ୍ତର କରୁଛନ୍ତି ପତ୍ନୀ ଗୀତାଞ୍ଜଳି ବାରିକ । ତୃତୀୟ ସେମିଷ୍ଟର ଅନ୍ତର୍ଗତ ନବମ ପେପର ମିସିଂ ଥିବା ଜାଣିବା ପରେ ବାଲିମେଳା ଷ୍ଟଡି ସେଣ୍ଟର ସହିତ ଯୋଗାଯୋଗ କରିଥିଲେ । ଏ ନେଇ ବିଶ୍ୱବିଦ୍ୟାଳୟ ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା। ଅନଲାଇନ ରେ ବିଶ୍ୱବିଦ୍ୟାଳୟ ର ଟୋଲ ଫ୍ରି ନମ୍ବର ୧୮୦୦ ୩୪୫୬୭୫୮ ପାଇବା ପରେ ସେହି ନମ୍ବର ସହ ଯୋଗାଯୋଗ କରିବାକୁ କରିଥିଲେ । ପେପର ବିଷୟରେ ଜାଣିବା ପାଇଁ ହେଲେ ୧୦ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା । ସେ ଅନ୍ୟ ଏକ ନମ୍ବର ମାଧ୍ୟମରେ ଫୋନପେ ନମ୍ବର ଦେଇ ଟଙ୍କା ପଠାଇବା ପାଇଁ କହିଥିଲେ । ସେ ଟଙ୍କା ପଠାଇବା ସମୟରେ ୧୦ ଟଙ୍କା ବଦଳରେ ତାଙ୍କ ଆକାଉଣ୍ଟ ରୁ ଦୁଇ ଥର କରି ୧୭୦୦୦ ଓ ୩୯୨ ଟଙ୍କା କଟିଥିବା ମେସେଜ ଯୋଗେ ଜାଣିବାକୁ ପାଇଲେ । ଏହି ବାବଦରେ ଜଣାଇବା ପାଇଁ ସେହି ନମ୍ବର କଲ କରିବା ପରେ ସେ ଜାଣିବାକୁ ପାଇଲେ ଯେ ସେ ସାଇବର ଲୁଟେରାଙ୍କ ଶିକାର ହୋଇଛନ୍ତି । ତା ପରେ ଚିତ୍ରକୋଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଗୁଡିକୁ ବ୍ଲକ କରିବା ସହିତ ସାଇବର ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ଏ ବାବଦରେ ଏକ ସାଇବର କେସ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଟୋଲ ଫ୍ରି ନମ୍ବର ମାଧ୍ୟମରେ ହେଇଥିବା ଠକେଇ କେଉଁ ଭଳି ଭାବେ ସାଇବର ଲୁଟେରା ଙ୍କ ସମ୍ପୃକ୍ତି ରହିଛି କିମ୍ବା ପ୍ରତ୍ୟକ୍ଷ ବା ପରୋକ୍ଷରେ ସେହି ନମ୍ବରକୁ ଆଳ କରି ଲୁଟିଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

nis-ad
Leave A Reply

Your email address will not be published.