ରାଜ୍ୟରେ ବନ୍ଦ ପଡିଛି ୧୫ ହଜାର ୩୧୫ ପଞ୍ଜୀକୃତ ଶିଳ୍ପ

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ପଡିଛି ୧୫ ହଜାର ୩୧୫ ପଞ୍ଜୀକୃତ ଶିଳ୍ପ l ଏନେଇ ଗୃହରେ ସୂଚନା ଦେଇଛନ୍ତି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ମନ୍ତ୍ରୀଙ୍କ କହିବାନୁସାରେ, କଟକରେ ସର୍ବାଧିକ ୨୪୦୨ ଓ ସୁନ୍ଦରଗଡ଼ରେ ୨୦୨୦ ଶିଳ୍ପ ବନ୍ଦ ପଡିଛି l ସେହିପରି ଖୋର୍ଦ୍ଧାରେ ୧୫୦୪ ପଞ୍ଜୀକୃତ ଶିଳ୍ପ ବନ୍ଦ ରହିଛି l

ସୂଚନା ଅନୁସାରେ, ଉଦ୍ୟମ ପୋର୍ଟାଲରେ ୮ଲକ୍ଷ ୬୦ହଜାର ୬୪୯ ଅଣୁ ଶିଳ୍ପ ପଞ୍ଜୀକୃତ, ୧୪ହଜାର ୫୦୩ କ୍ଷୁଦ୍ର ଶିଳ୍ପ, ୧୦୮୧ ମଧ୍ୟମ ଉଦ୍ୟୋଗ ଶିଳ୍ପ ପଞ୍ଜୀକୃତ ହୋଇଥିଲା। ସେଥିରୁ ବିଭିନ୍ନ କାରଣରୁ ମୋଟ ୧୫ହଜାର ୩୧୫ ଶିଳ୍ପ ବନ୍ଦ ରହିଥିବା କହିଛନ୍ତି ମନ୍ତ୍ରୀ । ସେଥିମଧ୍ୟରୁ କଟକରେ ସର୍ବାଧିକ ୨୪୦୨ ଓ ସୁନ୍ଦରଗଡ ଜିଲାରେ ୨୦୨୦ ଶିଳ୍ପ ବନ୍ଦ ରହିଥିବା ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରେ ୧୫୦୪ ପଞ୍ଜୀକୃତ ଶିଳ୍ପ ବନ୍ଦ ରହିଥିବା ମନ୍ତ୍ରୀ କହିଛନ୍ତି।

ସେପଟେ ବିଧାନସଭାରେ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ନେଇ ରୋକ ଲଗାଇଛନ୍ତି ବାଚସ୍ପତି । କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ ।

nis-ad
Leave A Reply

Your email address will not be published.