ବାର୍ଡ ଫ୍ଲୁ: କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର: ବାର୍ଡ ଫ୍ଲୁ ପାଇଁ କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୂରଣ l ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ଏ ପର୍ଯ୍ୟନ୍ତ ୩୦ ହଜାର କୁକୁଡ଼ାଙ୍କୁ ମରାଯାଇଛି l କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଯୋଜନା ହେଉଛି l ଛୋଟ କୁକୁଡ଼ାକୁ ୨୦ ଓ ବଡ଼ କୁକୁଡ଼ା ପାଇଁ ୭୦ ଟଙ୍କା ଦେବାକୁ ଯୋଜନା କରାଯାଇଛି ବୋଲି କହିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l

ଅନ୍ୟପଟେ, ପିପିଲି ଏବଂ ସତ୍ୟବାଦୀରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ସତର୍କ ସୂଚନା ଦିଆଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ବର୍ତ୍ତମାନ ଏହି ଭାଇରସ୍ କୁକୁଡ଼ା ଦେହରୁ ମଣିଷକୁ ବ୍ୟାପୁଥିବା ନେଇ ଆଶଙ୍କା କରାଯାଉଛି । ପୁରୀ ଜିଲ୍ଲା ମଙ୍ଗଳପୁରର ଜଣେ ବ୍ୟକ୍ତି ବାର୍ଡ଼ ଫ୍ଲୁରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । କିଛି ଦିନ ଧରି ବ୍ୟକ୍ତିଙ୍କୁ କାଶ ସହ ଜ୍ୱର ହୋଇଥିବାରୁ ସନ୍ଦେହ ବଢିଛି । ବର୍ତ୍ତମାନ ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ଆରଏମଆରସିକୁ ପଠାଯାଇଛି । ରିପୋର୍ଟ ଆସିବାପରେ ସମ୍ପୃକ୍ତ ବ୍ୟକ୍ତିଜଣକ ବାର୍ଡ ଫ୍ଲୁରେ ସଂକ୍ରମିତ କି ନୁହେଁ, ତାହା ସ୍ପଷ୍ଟ ହୋଇପାରିବ ।

nis-ad
Leave A Reply

Your email address will not be published.