ମାହାଙ୍ଗା ଡବଲ ମର୍ଡର: ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

କଟକ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ଶୁଣାଣି ହୋଇଛି । ଏହି ଘଟଣାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି ହୋଇଛି । ହେଲେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛି । ସାଲେପୁରର ଅତିରିକ୍ତ ଦୌରାଜଜ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିଲା । ୨୦୨୧ ମସିହା ଜାନୁଆରୀ ୨ ତାରିଖରେ ମହାଙ୍ଗାରର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ତତକାଳୀନ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା । ଏତଲାରେ ପ୍ରତାପଙ୍କ ନାଁ ରଖିଥିଲେ ମୃତ କୁଳମଣିଙ୍କ ପୁଅ ରମାକାନ୍ତ । ପୋଲିସ ଚାର୍ଜସିଟ୍‌ରେ ପ୍ରତାପଙ୍କ ନାଁ ନରଖିବାରୁ କୋର୍ଟରେ ଅପିଲ୍‌ ହୋଇଥିଲା ।

ପରେ କୋର୍ଟଙ୍କ ଆଦେଶରେ ପ୍ରତାପଙ୍କ ନାଁକୁ ସାମିଲ କରାଯାଇଥିଲା । ନିଜ ନାଁକୁ ଏଥିରୁ ହଟାଇବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରତାପ । ହାଇକୋର୍ଟ ଏହି ମାମଲାର ଶୁଣାଣି ସାରି ରାୟ ସଂରକ୍ଷିତ ରଖିଛନ୍ତି ।

nis-ad
Leave A Reply

Your email address will not be published.