ପଶ୍ଚିମ ଓଡ଼ିଶାକୁ ମିଳିଲା ଦୁଇଟି ନୂଆ ରେଳ ଲାଇନ୍ ପ୍ରକଳ୍ପ

ବରଗଡ଼ ,ନୂଆପଡ଼ା : ପଶ୍ଚିମ ଓଡ଼ିଶାକୁ ମିଳିଲା ଦୁଇଟି ନୂଆ ରେଳ ଲାଇନ୍ ପ୍ରକଳ୍ପ ।  ବରଗଡ଼ ରୋଡ୍-ନୂଆପଡ଼ା ଓ ସରଡେଗା-ଭାଲୁମୁଡ଼ା ରେଲ ଲାଇନ୍ ପାଇଁ କ୍ୟାବିନେଟ୍ ମଞ୍ଜୁରି ମିଳିଛି ।  ବରଗଡ଼ ଓ ନୂଆପଡ଼ା ରେଳଲାଇନ ପାଇଁ ବହୁ ଦିନର ଦାବି ଥିଲା।  ଆଜି ୧୩୮ କିଲୋମିଟର ଏହି ରେଳପଥ ଉପରେ ମୋହର ବାଜିଛି । ଏଥିରେ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା। ସମ୍ବଲପୁରୀ ଶାଢୀର ହବ କୁହାଯାଉଥିବା ବରଗଡ ଓ ନୂଆପଡା ମଧ୍ଯରେ ଏହି ରେଳପଥ ଯୋଗାଯୋଗର ମାଧ୍ଯମ ହେବ । ପଦ୍ମପୁର ଓ ନୃସିଂହନାଥ ମନ୍ଦିର ନିକଟ ଦେଇ ଯିବ ଏହି ରେଳପଥ ।

ଏହି ପ୍ରକଳ୍ପରେ ୪୭ ଲକ୍ଷ କାର୍ଯ୍ୟ ଦିବସ ସୃଷ୍ଟି ହେବ ।  ସେହିପରି ସୁନ୍ଦରଗଡ଼ ଜିଲ୍ଲାର ସରଡେଗାରୁ ଛତିଶଗଡ଼ ରାୟପୁରର ଭାଲୁମୁଡା ପର୍ଯ୍ୟନ୍ତ ଏକ ୩୭ କିଲୋମିଟରର ନୂଆ ଡବଲ ଲାଇନ୍ କୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ମିଳିଛି ।  ଏହି ଦୁଇଟି ଅଂଚଳ ଆଦିବାସୀ ବହୁଳ ଏବଂ ଦୁଇ ଅଂଚଳର ଲୋକଙ୍କ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ସାମଞ୍ଜସ୍ୟ ରହିଛି ।  ଉଭୟ ଅଂଚଳକୁ ଯୋଡ଼ିବା ପାଇଁ ବସ ସେବା ନାହିଁ ।  ଏବେ ନୂଆ ରେଳ ଲାଇନ୍ ଯିବ । ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୩୬୦ କୋଟି ଟଙ୍କା ।  ସୃଷ୍ଟି ହେବ ୨୫ ଲକ୍ଷ କାର୍ଯ୍ୟ ଦିବସ ।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରକଳ୍ପଗୁଡିକୁ ମଂଜୁରୀ ମିଳିଛି ।

nis-ad
Leave A Reply

Your email address will not be published.