ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସୁଭଦ୍ରା ଯୋଜନାକୁ ନେଇ ମୋ ସେବା କେନ୍ଦ୍ର ସଦସ୍ୟଙ୍କୁ ତାଲିମ କାର୍ଯ୍ୟକ୍ରମ

ଛତ୍ରପୁର : ସୁଭଦ୍ରା ଯୋଜନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି ହୋଇସାରିଛି l ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟା ଯେପରି ସୁରୁଖୁରରେ ସମ୍ପାଦନ କରାଯାଇପାରିବ ସେନେଇ ମଙ୍ଗଳବାର ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଥିବା ମୋ ସେବା କେନ୍ଦ୍ର ରେ ଏହା ଆବେଦନ ହେବାକୁ ଥିବା ବେଳେ ମୋ ସେବା କେନ୍ଦ୍ରର ସଦସ୍ୟ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା l ଆସନ୍ତା ୧ ତାରିଖ ଦିନ ଠାରୁ ଏହାର ଆବେଦନ ଆରମ୍ଭ ହେବାର ସମ୍ଭାବନା ରହିଥିବାରୁ ଏହି ପ୍ରକ୍ରିୟା ଯେପରି ସୁରୁଖୁରରେ ନିର୍ଭୁଲ ଭାବେ ଆବେଦନ କରାଯାଇପାରିବ ସେନେଇ ମୋ ସେବା କେନ୍ଦ୍ର ର ଗଞ୍ଜାମ ଜିଲ୍ଲା ମ୍ୟାନେଜର ସରୋଜ କୁମାର ପାଢ଼ୀ ମୋ ସେବା କେନ୍ଦ୍ରର ସଦସ୍ୟ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.