ହିଞ୍ଜିଳି ପୌରପରିଷଦରେ କୁଢକୁଢ ଆବର୍ଜନା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରକୁ ସ୍ଵଛ ଓ ସୂନ୍ଦର ଲକ୍ଷରେ ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।ସିଟିଜେନ ଭଏସ ସଂଖ୍ୟା ହ୍ରାସ ପାଇବାରୁ ଗତବର୍ଷ ରେ ଙ୍କ ହ୍ରାସ ପାଇଥିବା ପ୍ୟୈରପରିଷଦ ତରଫରୁ କୁହାଯାଏ । କିନ୍ତୁ ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ପୌରପରିଷଦ ର ଖାମଖିଆଲି ନୀତିରୁ ସହରବାସୀ ନାନା ହଈରାଣ ହେଉଛନ୍ତି। ପରିବେଶ ମଧ୍ୟ ପ୍ରଦୁଷିତ ହେଉଛି । ଏହି ପ୍ରରିପ୍ରେକ୍ଷିରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୧ ନେହରୁ ନଗର ୭ମ ଲାଇନ ରେ ବର୍ତ୍ତମାନ କୁଡ କୁଡ ଆବର୍ଜନା ଦେଖିବାକୁ ମିଳୁଛି। ଯାହା ଟ୍ରାକ୍ଟରରେ ବୋହିଲେ ମଧ୍ୟ ୨/୩ ଟ୍ରଲିରେ ଶେଷ ହେବ ନାହିଁ। ବିଶେଷ କରି ଘରୋଇ ସ୍କୁଲର ପଛଭାଗ ନେହରୁ ନଗର ୭ଯ ଲାଇନ ରାସ୍ତା କଡରେ ଯିବା ବାଟରେ ବେଶି ନଜିର ରହିଛି।କେନ୍ଦ୍ର ସରକାର ସ୍ଵଚ୍ଛ ଭାରତ ମିଶନ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ୱାର୍ଡ଼ ରେ ପରିମଳ ବ୍ଯବସ୍ଥା ଫେଲ ମାରିଛି। ଏହି ସାହିର ପରିମଳ ବ୍ଯବସ୍ଥାକୁ ନେଇ ବୁଦ୍ଧିଜୀବୀ ଓ ଶିକ୍ଷିତ ମହଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଏଥିପ୍ରତି କାହାରି ଦୃଷ୍ଟି ପଡୁନଥିବା ସାହି ବାସିନ୍ଦା ପ୍ରକାଶ କରିଛନ୍ତି।ଏହି ଆବର୍ଜନା ପାହାଡ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇ ଅସ୍ଵାସ୍ଥ୍ୟକର ପରିବେଶ ହୋଇପଡ଼ିଛି।ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ ସମୟରେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି।ଏପରିକି ରାସ୍ତା ଉପରେ ପଚାସଢା ଆବର୍ଜନା ଗୁଡିକ ପଡି ରହୁଛି।ଏନେଇ ୱାର୍ଡ ବାସି ପ୍ୟୈରପରିଷଦ ଠାରୁ ଆରମ୍ଭ କରି ସ୍କୁଲ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି ଅଭିଯୋଗ କରିଥିଲେ ମଧ୍ୟ ଆବର୍ଜନା ସଫା କରାଯିବବୋଲି ଆଶ୍ଵସନା ମିଳୁଛି ଆବର୍ଜନା ସଫା ହୋଇନାହିଁ କି ପରିମଳ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ୱାର୍ଡ ର ପରିମଳ ବ୍ଯବସ୍ଥାକୁ ଭଲ କରିବାକୁ ୱାର୍ଡ ର କଳାଚାନ୍ଦ ପାଣିଗ୍ରାହୀ, ଉମା ଶଙ୍କର ପାଢ଼ୀ, ଦୁର୍ଗା ଚରଣ ପାଣିଗ୍ରାହୀ, କାଳୀ ଚରଣ ଗୌଡ଼, ସୁବାସ ଚନ୍ଦ୍ର ସାହୁ,ନିଖିଳ ଚନ୍ଦ୍ର ସାବତସନ୍ତୋଷ କୁମାର ଦଳାଇ, ମଙ୍ଗୁଳୁ ପଣ୍ଡା, ସୁବାଷ ଚନ୍ଦ୍ର ଦଳାଇ ପ୍ରମୁଖ ଦାବି ଜଣାଇଛନ୍ତି।

nis-ad
Leave A Reply

Your email address will not be published.