ଚିକିଟି ମଦ ମୃତ୍ୟୁ ପରେ ଅନ୍ୟ ଜିଲ୍ଲାରେ ଏକ୍ସନ ମୁଡ଼ ରେ ଅବକାରୀ ବିଭାଗ : ଗଞ୍ଜାମ ଜିଲ୍ଲାରେ କଚ୍ଛପ୍ପ ଗତିରେ ମଦ ଚଢ଼ାଉ ଅଭିଯାନ..!
ବ୍ରହ୍ମପୁର୨୭-୮ ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ରୁ ରାଜଧାନୀ ପର୍ଯ୍ୟନ୍ତ ତୁମ୍ବି ତୋଫାନ ହୋଇଥିଲା। ବିଧାନସଭା ଅଚଳ ହେବା ପରେ ବିଭାଗୀୟ ମନ୍ତ୍ରୀ ଚୋରା ମଦ ଭାଟି ଉପରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଧେଶ ରେ ଗଞ୍ଜାମ ଜିଲ୍ଲାର କେବଳ କୋଚିଆ ବା ଏରଗୁଲା ମାନଙ୍କ ମଦ ଭାଟି ଉପରେ ଚଢ଼ାଉ କରି ପୋଚ ନଷ୍ଟ କରିବାର ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ହେଲା। ବାସ୍ତବ ରେ ଯେଉଁ ଦେଶୀ ମଦ ଭାଟିରେ ଇଷ୍ଟ, ୟୁରିଆ ଓ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରି ସ୍ୱଳ୍ପ ସମୟ ମଧ୍ୟରେ ମଦ ପ୍ରସ୍ତୁତ କରାଯାଇଛି ସେ ସବୁ ମଦ ଭାଟି ଏବେବି ଚାଲିଥିବା ନେଇ ଚର୍ଚ୍ଚା ହେଉଛି। କେବଳ ବିରୋଧି ଦଳକୁ ଚୁପ କରିବା ପାଇଁ ଧର୍ମକୁ ଆଖିଠାର ଭଳି କୋଚିଆ ମାନଙ୍କ ଭାଟି ଉପରେ ଗଞ୍ଜାମ ଜିଲ୍ଲାରେ ଚଢ଼ାଉ କରାଯାଇଥିବା ଏବେ ଆଲୋଚନା ହେଉଛି। ଚିକିଟି ରେ ପୁଣି ଜଣେ ମଦ ଧରି ଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡିଥିବାରୁ ସ୍ପଷ୍ଟ ପ୍ରମାଣ ହେଉଛି ଏବେ ଚୋରା ମଦ କାରବାର ଚାଲୁଛି ବୋଲି। ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରି ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଅତର୍କିତ ଚଢ଼ାଉ କଲେ କୁବେର ବାବୁ ଓ ମାଫିଆ ମାନଙ୍କ ଅସଲ ଚେହେରା ର ପର୍ଦାଫାଶ ହେବ ବୋଲି ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲା ରେ ବର୍ତ୍ତମାନ ଦେଶୀ ମଦର ବନ୍ୟା, ଅବକାରୀ, ଏବଂ ପୋଲିସ ବିଭାଗ ସବୁ ଜାଣି ନିରବ l ଯେମିତି ସବୁ କିଛି ଠିକ ଚାଲିଛି ବିଷାକ୍ତ ମଦ ମୃତ୍ୟୁ ର ଯେମିତି ପ୍ରଶାସନ କିମ୍ବା ସରକାର ଙ୍କ ଉପରେ କୌଣସି ପ୍ରଭାବ ପଡିନି ଯିଏ ମଲା ସେ ଗଲା ନୀତି ରେ ସବୁକିଛି l ମାର ମାର ତ ଭଣ୍ଡାରୀ କୁ ମାର ନୀତି ରେ ପ୍ରଶାସନ l ଜିଲ୍ଲାର ଅବକାରୀ ଅଧିକାରୀ ମାନେ ଜଣେ ଜଣେ କୁବେର ତଥାପି ଗଞ୍ଜାମ ଜିଲ୍ଲାର ଦୁର୍ନୀତି ନିବାରଣ ବିଭାଗ ଯେମିତି କୋମା ରେ l ଏଠି ଯିଏ ଅଭିଯୋଗ କରିବ ସେ ମଲା l ମଦ ମୃତ୍ୟୁ ପରେ ମନ୍ତ୍ରୀ ଠାରୁ ଅଧିକାରୀ ମାନେ କେବଳ ଶାନ୍ତନ ଦେବାକୁ ଆସିଥିଲେ ଏବଂ ଗଣ ମାଧ୍ୟମରେ ଫୋଟୋ ଓ ଖବର ରେ ରହି ଚାଲିଗଲେ l ପୁଣି ସବୁ କିଛି ମଦ ମାଫିଆ ମନ୍ତ୍ରୀ ଓ ପ୍ରଶାସନ ମଧ୍ୟରେ ଫିକ୍ସଙ୍ଗ ହୋଇଗଲା l ତେଣୁ ମଦ ଉପରେ ଚଢାଉ ମଧ୍ୟ କମି ଗଲା, ଧୀରେ ଧୀରେ ଲୋକ ବି ଭୁଲିଯିବେ ମଦ ମୃତ୍ୟୁ ଘଟଣା କୁ… I