ଚାକିରୀ କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ : ବିଜେଡ଼ି ନେତାଙ୍କ ନାଁରେ ମାମଲା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଅଂଚଳରେ ଚାକିରୀ କରାଇଦେବା ନାଁ ରେ ନିର୍ବାଚିତ ପ୍ରତିନିଧି ସହ ଜଣେ ପଦାଧିକାରୀ ଜରିଆରେ କୋଟି କୋଟି ଟଙ୍କା ଠକି ନେଇଥିବା ଜଣାପଡିଛି l ସୂଚନା ଅନୁଯାଇ ଏହି ଲିଙ୍କ ମାଲକାନଗିରି ଜିଲ୍ଲା ମାଥିଲିରୁ କେନ୍ଦ୍ରାପଡ଼ା ଲମ୍ବୀଥିବା ଜଣାପଡିବା ସହ ମାଥିଲି ଏବଂ ଆଖପାଖ ଅଂଚଳର ପିଲାଙ୍କୁ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରିଦେଲେ ଜଣେ ନକଲି ଓଏଏସ ଅଧିକାରୀ ଓ ସ୍ଥାନୀୟ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା l ରମେଶ ଚନ୍ଦ୍ର ରାଉତ ନାମକ ବ୍ୟକ୍ତି ନିଜକୁ ବରିଷ୍ଠ ଆଇଏଏସ ଅଫିସର ସୁଜାତା କାର୍ତିକେୟନ ପାଣ୍ଡିୟାନଙ୍କ ଭାଇର ପରିଚୟ ଦେଇ ପିଲାଙ୍କୁ ଚାକିରି କରାଇବାର ପ୍ରୋଲଭନ ଦେଖାଇବା ସହ ମିଶନ ଶକ୍ତି ମହିଳାଙ୍କୁ ଇ-ସ୍କୁଟି ଯୋଗାଣର ଟେଣ୍ଡର ପାସ କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ ରମେଶ ଚନ୍ଦ୍ର ରାଉତ l ଏହା ସହ ବିଜୁ ଜନତା ଦଳର ମାଥିଲି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରତିନିଧି ଜୀବନ ସାହୁ ଏଥିରେ ଜଡିତ ଥିବା ଜଣାପଡିଛି l ଫୋନ ପେ’ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ନେଣଦେଣ ସସ୍ମିତା ମାଝୀ କରିଥିବା ଜଣାପଡିଛି l ଏହି ମାମଲା ରୁଜୁ ହେବା ପରେ ମାଥିଲି ପୁଲିସ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ଜୀବନ ସାହୁ ଫେରାର ହୋଇଯାଇଥିବା ସୂଚନା ମିଳିଛି l ମାଥିଲି ବ୍ଲକର ନନ୍ଦ କିଶୋର ପୁହାଣ ତାଙ୍କ ପୁଅକୁ ଯୋଗାଣ ଅଧିକାରୀ ଚାକିରି କରାଇ ଦେବା ଲାଗି ସସ୍ମିତା ମାଝୀ ଓ ରମେଶ ଚନ୍ଦ୍ର ରାଉତଙ୍କ ଆରାଉଣ୍ଟକୁ ୭ ଲକ୍ଷ ୩୦ ହଜାର ଟଙ୍କା ପଠାଇଥିଲେ l ମାଥିଲି ବ୍ଲକର ବ୍ୟବସାୟୀ କାର୍ତିକ ରାୟଙ୍କୁ ମିଶନ ଶକ୍ତି ମହିଳା ଓ କଲେଜ ଛାତ୍ରୀଙ୍କୁ ଇ-ସ୍କୁଟି ଯୋଗାଇବା ଟେଣ୍ଡର କରାଇ ଦେବା କଥା କହି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତାଙ୍କ ମାଧ୍ୟମରେ ପାଣ୍ଡିଆନ ବାବୁଙ୍କ ଶଳାର ପରିଚୟ ଦେଉଥିବା ରମେଶ ଚନ୍ଦ୍ର ରାଉତଙ୍କ ଆକାଉଣ୍ଟରେ ୨୬ ଲକ୍ଷ ୨୦ ହଜାର ଟଙ୍କା ଦେଇଛନ୍ତି l ସେହିପରି ୨୭ ବର୍ଷୀୟ ମାଧବ ହରେଶ କୁମାରଙ୍କୁ ପଂଚାୟତ ନିର୍ବାହୀ ଅଧିକାରୀ କରାଇଦେବେ ବୋଲି ୧୦ ଲକ୍ଷ ୧୦ ହଜାର ଟଙ୍କା ମାଥିଲିର ବିଜେଡି ନେତା ଜୀବନ ସାହୁଙ୍କ ଜରିଆରେ ଦେଇଥିବା ମଧ୍ୟ ଜଣାପଡିଛି l ଏହାର ସଠିକ ତଦନ୍ତ ପରେ ଏବଂ ସସ୍ମିତା ମାଝୀ ଏବଂ ଜୀବନ ସାହୁ ପୁଲିସ ହାତରେ ଧରାପଡିବା ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଛି l

nis-ad
Leave A Reply

Your email address will not be published.