ଅଜଣା ବୃଦ୍ଧା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧୀନରେ ଥିବା ଗୋବିରା ଅଞ୍ଚଳରେ ଅଜଣା ବୃଦ୍ଧା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି କୁଆଁରମୁଣ୍ଡା ପୋଲିସ | ସୂଚନା ଅନୁଯାୟୀ ଅଜଣା ବୃଦ୍ଧା ମହିଳା ତିନି ମାସରୁ ଗୋବିରା ଅଞ୍ଚଳରେ ଭିକ୍ଷା ମାଙ୍ଗି ନିଜର ଜୀବନ ଯାପନ କରୁଥିଲେ ! ଗତ ତା: ୨୦/୦୮/୨୪ ରିଖ ଦିନ ଅଜଣା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଗୋଵିରା ଅଞ୍ଚଳର ୱାର୍ଡ ମେମ୍ବର ଶ୍ୟାମସୁନ୍ଦର ପ୍ରଧାନ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ | ଖବର ପାଇ ଫାଣ୍ଡି ଅଧିକାରୀ ଏସ ଆଇ ଅଭୟ ମହାପାତ୍ର ଓ ଏ ଏସ ଆଇ ଶ୍ରନିବାସ ଦାସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କୁଆଁରମୁଣ୍ଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ସେଠାରେ ଡାକ୍ତର ପରୀକ୍ଷା କରି ଦେଖି ମୃତ୍ୟୁ ଘୋଷଣା କରିଥିଲେ ! ଏହି ଅଜଣା ମହିଳାଙ୍କ ମୃତ୍ୟୁ ଦେହକୁ ରାଉଲକେଲା ସରକାରୀ ଡାକ୍ତରଖାନାର ମୂର୍ଘାହାଉସା ରେ ୭୨ ଘଣ୍ଟା ରଖିବା ପରେ ଆଜି ମାଜିଷ୍ଟେଟ ଓ ପୋଲିସଙ୍କ ଉପସ୍ଥିତିରେ ବେବଝେଦ କରିବା ପରେ ଆଜି ମାଟି ଦେଇ ଅନ୍ତିମ ସଂସ୍କାର କରିଥିବା ପୋଲିସ ପକ୍ଷରୁ ପ୍ରକାଶ | ଏହି ବୃଦ୍ଧା ମହିଳାଙ୍କ ଆନୁମାନିକ ୭୦ ବର୍ଷ ହେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି |

nis-ad
Leave A Reply

Your email address will not be published.