ହିଞ୍ଜିଳିକାଟୁ, ୨୪ା୮: ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରସ୍ଥ ମା’ ବ୍ୟାଘ୍ରଦେବୀ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଶନିବାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏକ ମୋଟରଯାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଅରକ୍ଷିତ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଶିବିରରେ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ସନ୍ତୋଷ କୁମାର ସାହୁ, ପରିବହନ ବିଭାଗୀୟ ବରିଷ୍ଠ କିରାଣୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଦେବୀ ପ୍ରସାଦ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ମୋଟରଯାନ ସଚେତନତା ନେଇ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ଯାନବାହନ ଗୁଡିକର ବକେୟା ରହିଥିବା ଟ୍ୟାକ୍ସ୍ ବିନା ଜରିମାନାରେ ଏକକାଳୀନ ଜମା, ମାର୍ଚ୍ଚ ୨୦୨୨ ପୂର୍ବରୁ ବକେୟା ରହିଥିବା ଟ୍ୟାକ୍ସ ସମ୍ପୁଣ୍ଣ ଛାଡ କରାଯିବା ସହ ଅନ୍ୟାନ ସୁବିଧା ସୁଯୋଗ ସର୍ମ୍ପକରେ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସାହୁ କହିଥିଲେ । ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ସମୟରେ ନିୟୋଜିତ ଯାନବାହାନର ପାଉଣା ବର୍ତ୍ତମାନ ସୁଦ୍ଧା ଗାଡି ମାଲିକଙ୍କୁ ପ୍ରଦାନ କରାଯାଇନଥିବାରୁ ଶିବିରରେ ଉଦବେଗ ପ୍ରକାଶ ପାଇଥିଲା । ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯାଇ ତୁରନ୍ତ ଅର୍ଥ ପ୍ରଦାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଦାଶ କହିଥିଲେ । ଆୟୋଜିତ ଶିବିରରେ ହିଞ୍ଜିଳିକାଟୁ ଅଞ୍ଚଳର ବହୁ ବସ୍, କାର୍ ଓ ଅଟୋ ମାଲିକ ଉପସ୍ଥିତ ଥିଲେ । କାଯକ୍କ୍ରମକୁ ସୁଶାନ୍ତ ପ୍ରଧାନ ଓ କୋରାମଣି ରାଉଳ ପରିଚାଳନା କରିଥିବା ବେଳେ ଉଦ୍ଧବ ସେଠି, ରାକେଶ ସାହୁ, ସନ୍ତୋଷ ରେଡ୍ଡି ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post