ଓଡିଶା ସାରା ହଇଚଇ ପରେ ବିଷାକ୍ତ ମଦ ମୃତ୍ୟୁ ପରିବାର ବର୍ଗଙ୍କୁ ଭେଟିଲେ ଉଭୟ ବିଜେପି ଓ କମ୍ୟୁନିଷ୍ଟ ଦଳ

ଚିକିଟୀ : ସ୍ଥାନୀୟ କେ.ନୂଆଗାଁ ଥାନା ଅନ୍ତର୍ଗତ ଜେନାପୁର ଗ୍ରାମର ବିଷାକ୍ତ ମଦ ମୃତ୍ୟୁ ହୋଇଥିବା ଘଟଣା ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି l ଏହାକୁ ନେଇ ବିଭିନ୍ନ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ଚାଲିଛି l ଆଜି ମୃତକଙ୍କ ପରିବାରକୁ ମିଶିବା ପାଇଁ ବିଜେପିର ର ଏକ ଟିମ ଉକ୍ତ ଗ୍ରାମକୁ ଆସିଥିବା ବେଳେ ବିଧାୟକଙ୍କ ଅନୁପସ୍ଥିତି ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମିନା ଦ୍ୟାନ ସାମନ୍ତରା ନେତୃତ୍ୱରେ କିଛି ଦଳୀୟ କର୍ମୀଙ୍କ ସହ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ପ୍ରଥମେ ଉକ୍ତ ଦଳକୁ ପରିବାର ବର୍ଗ ଏବଂ ସ୍ଥାନୀୟ ବାସିନ୍ଦା ବିରୋଧ କରିବା ସହିତ କୁଆଡେ ଯାଇଥିଲ ଘଟଣାର ଚାରି ଦିନ ପରେ ଆସିଛ ତାହା ବି ବିଧାୟକ ଙ୍କ ଅନୁପସ୍ଥିତି ରେ କଣ ପାଇଁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ପରେ ପରେ ସଦସ୍ୟା ମୋହଦୟା କହିଥିଲେ ଯେ ଆମେ ଏଠାକୁ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଦୁଃଖରେ ଭାଗୀ ହେବା ସହ ଭଲ ମନ୍ଦ ବୁଝିବା ପାଇଁ ଆସିଛୁ ରାଜନୀତି କରିବାକୁ ନୁହଁ ଜବାବରେ ରୋକଠୋକ ମନା କରିଦେଲେ ପରିବାର ଲୋକେ କହିଲେ ଆମକୁ ଆପଣଙ୍କ ସହଯୋଗ ଦରକାର ନାହିଁ ଆପଣ ଏଇଠୁ ଚାଲିଯାଆନ୍ତୁ।ଏହା ପରେ ଘଟଣା ସ୍ଥଳରୁ ସଦସ୍ୟା ମୋହଦୟା ନିଜ କର୍ମୀଙ୍କ ସହ ଅପମାନିତ ହୋଇ ଫେରି ଯିବାର ଦେଖିବାକୁ ମିଳିଥିଲା।

ସେହିପରି ଭାବରେ ଭାରତୀୟ କମ୍ୟୁନିଷ୍ଟ ଦଳର ପାଞ୍ଚ ଜଣିଆ ସଦସ୍ୟ ଆସି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି ଅବକାରୀ ମନ୍ତ୍ରୀ ଙ୍କ ଇସ୍ତଫା ଦାବି ଏବଂ ପିଡିତାଙ୍କ ପରିବାରକୁ ୨୦ ଲକ୍ଷ୍ୟ ଟଙ୍କାର ସହାୟତା ରାଶି ଯୋଗାଇଦେବାକୁ ସରକାରଙ୍କ ନିକଟରେ ଦାବି ରଖିଥିଲେ ଏବଂ ତା ସଙ୍ଗେ ସଙ୍ଗେ ଗ୍ରାମର ସବୁ ମହିଳାଙ୍କୁ ମିଶି ମଦ ବିରୁଦ୍ଧରେ ଆହ୍ୱାନ ଉଠାଇବା କହିଥିବା ଦେଖିବାକୁ ମିଳିଥିଲା। ଏହି ଦଳରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ,ଜିଲ୍ଲା ସମ୍ପାଦକ ଏସ ପି ମହାପାତ୍ର, ଜିଲ୍ଲା କମିଟି ସଦସ୍ୟ କୈଳାଶ ଚନ୍ଦ୍ର ଷଡ଼ଙ୍ଗୀ,ବିଦ୍ୟାଧର ଜେନା,ପ୍ରମୋଦ ସାବତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଘଟଣାରେ ସମ୍ପୃକ୍ତ ରାଜେନ୍ଦ୍ର ସାହୁ(ଜୁରିଆ) ନାମକ ଅଭିଯୁକ୍ତକୁ ବ୍ରହ୍ମପୁର ରୁ ଆସୁଥିବା ବେଳେ ପିତାତୋଳି ନିକଟରେ ଗିରଫ କରିଥିବା ସ୍ଥାନୀୟ ଆଇ ଆଇ ସି କିଶୋର କୁମାର ସାମଲ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.