ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ବରାଳ ଦେବୀ କେଉଁ ଅନାଦି କାଳରୁ ଖଜୁରୀପଡ଼ା ଥାନା ଅନ୍ତର୍ଗତ ବଳସକୁମ୍ପା ଠାରେ ପୂଜା ପାଇ ଆସୁଛି।ତେଣୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଭକ୍ତ ଶ୍ରଦ୍ଧାଳୁ ମାନେ ମାଁଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସନ୍ତି ।ମନ୍ଦିର ନିକଟରେ ଲାଗି ରହିଛି ପିଲା ସାଲୁଙ୍କି ଡ୍ୟାମ୍ ଏବଂ ପୁରୁଣା ପାଣି ଡ୍ୟାମ୍ ଯାହାର ପରିବେଶ ବେଶ୍ ମନୋହର ଥିବାରୁ ପର୍ଯ୍ୟଟକ ମାନେ ଆକୃଷ୍ଟ ହୋଇ ବୁଲିବା ପାଇଁ ଆସନ୍ତି ।ସୁରକ୍ଷା ଦୃଷ୍ଟି କୁ ଅନୁମେୟ କଲେ ଜଣା ପଡେ ଯେ ଖଜୁରୀପଡ଼ା ଥାନା ଏହି ସ୍ଥାନ ଠାରୁ ୧୪ କିମି ଦୂରରେ ଥିବାରୁ ପୋଲିସ ସବୁ ବେଳେ ସୁରକ୍ଷା ଦେବା ସମ୍ଭବ ହୋଇ ପାରୁ ନାହିଁ।ଯାହାର ସୁଯୋଗ ନେଇ ଚୋର ମାନେ ମାଁ ବରାଳ ଦେବୀ ମନ୍ଦିରକୁ ବାରମ୍ବାର ତାଲା ଭାଙ୍ଗି ଚୋରି କରିଛନ୍ତି ।ଅନେକ ସମୟର ଅସାମାଜିକ ବ୍ୟକ୍ତି ମାନେ ପିଲା ସାଲୁଙ୍କୀ ଡ୍ୟାମରେ ଆଡ଼ା ସ୍ଥଳୀ କରି ପର୍ଯ୍ୟଟକ ମାନଙ୍କୁ ହଇରାଣ ହରକତ କରିବା ସହିତ ଡକାୟତ କରିଥିବା ଘଟଣା ଥାନାରେ ଅଭିଯୋଗ ହେଉଛି ।ତେଣୁ ଏହି ଅଞ୍ଚଳର ସୁରକ୍ଷା ଦୃଷ୍ଟିକୁ ନଜର ରଖି ଖଜୁରୀପଡ଼ା ବ୍ଲକର ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ସମେତ ମା ବରାଳ ଦେବୀ ମନ୍ଦିର ପରିଚାଳନା କମିଟିର ମିଳିତ ଉଦ୍ୟମରେ ବଲସକୁମ୍ପା ଠାରେ ଏକ ପୋଲିସ ଫାଣ୍ଡି ସ୍ଥାପନ କରିବା ପାଇଁ ଏକ ଲିଖିତ ଦରଖାସ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ବଳଭଦ୍ର ଦୀପକ ଏବଂ ଡିଏସପି କୋମଳ କୁମାର ପଣ୍ଡାଙ୍କୁ ପିରୀକୁଡି ସରପଞ୍ଚ ଉମା ଚରଣ ମଲ୍ଲିକ, ଗୁଦାରୀ ସରପଞ୍ଚ ସୁଜିତ୍ କୁମାର ମଲ୍ଲିକ , ଅଡ଼ାସୀ ପଡା ସରପଞ୍ଚ ବ୍ରଜ ମୋହନ କହଁର ,ମାଁ ବରାଳ ଦେବୀ ମନ୍ଦିର ପରିଚାଳନା କମିଟି ସାଧାରଣ ସମ୍ପାଦକ ସଞ୍ଜୟ କହଁର, ଟିଟ୍ରା ପଙ୍ଗା ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନ ଏବଂ ମାଁ ଇଷ୍ଟ ଦେବୀ ଯୁବ କଳା ପରିଷଦ ର ସାଧାରଣ ସମ୍ପାଦକ ବିଦୁର ବେହେରା ସମେତ ଦଳପଡ଼ା ପଞ୍ଚାୟତ ପୂର୍ବତନ ସମିତିସଭ୍ୟ ଗୌର ଚରଣ ବେହେରା ଏବଂ ଗଣମାଧ୍ୟମ ପ୍ରତିନିଧି ବଳଦେବ ବେହେରା,ଯୁବ ନେତା ଦୀନବନ୍ଧୁ ପ୍ରଧାନ ପ୍ରମୁଖ ସାକ୍ଷାତ କରି ଦାବି ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.