ଛତ୍ରପୁର :ରାଜ୍ୟରେ ଥିବା ୧୨୭ ଟି ସହରାଞ୍ଚଳରେ ଅବସ୍ଥାପିତ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ଗୁଡିକ ଏବେ ସେଗୁଡ଼ିକର ନାମ ଫଳକ ବଦଳାଯାଇ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବୋଲି ରାଜ୍ୟ ସରକାର ନାମିତ କରିଛନ୍ତି । କିନ୍ତୁ ଏସବୁ ଆରୋଗ୍ୟ କେନ୍ଦ୍ର ମାନଙ୍କରେ ଲେଵ୍- ଟେକ୍ନିାସିୟାନ୍ ପଦବୀ ଗୁଡିକ ଉଚ୍ଛେଦ କରି ଦିଆଯାଉଛି ବୋଲି ରାଜ୍ୟ ସରକାରଙ୍କ ଠାରୁ ସମସ୍ତ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ କୁ ଚିଠି ଆସିଛି ବୋଲି ଏକ ନିର୍ଭର ସୂତ୍ରରୁ ଜଣାପଡିଛି । ତେବେ କେତେକ ଆରୋଗ୍ୟ କେନ୍ଦ୍ର ମାନଙ୍କରେ ପୂର୍ବରୁ ଡ଼ାକ୍ତର ପଦବୀ ପୂରଣ ହୋଇନଥିବା ବେଳେ କେତୋଟି କେନ୍ଦ୍ର ମାନଙ୍କ ରେ ଡାକ୍ତରୀ ପଦବୀ ଖାଲି ପଡ଼ିଛି । ଲେଵ୍- ଟେକ୍ନିାସିୟାନ୍ ପଦବୀ ଗୁଡିକ ଖାଲି ହୋଇଗଲେ ଆଉ ଏହି ସବୁ ଆରୋଗ୍ୟ କେନ୍ଦ୍ର ମାନଙ୍କରେ ରୋଗୀ ଚିକିତ୍ସା ସେବାରେ ବଞ୍ଚିତ ହେବେ । ଜନସାଧାରଣ ସମସ୍ତେ ଅସନ୍ତୋଷ ହୋଇ ଆରୋଗ୍ୟ କେନ୍ଦ୍ର ମାନଙ୍କୁ ଆଉ କେହି ଆସିବେ ନାହିଁ । ପରେ ପରେ ଏହାକୁ ସମ୍ପୁର୍ଣ୍ଣ ଉଠାଇ ଦେବା ର ଏକ ଷଡ଼ଯନ୍ତ୍ର ସରକାରୀ କଳ ତରଫରୁ କରାଯାଉଥିବା ନେଇ ଅନେକ କ୍ଷୋଭ ପ୍ରକାଶ କରିଛନ୍ତି ।
ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ଗୁଡିକରେ ଡ଼ାକ୍ତରୀ ପଦବୀ ପୂରଣ କରିବା ଏବଂ ଲେଵ୍- ଟେକ୍ନିାସିୟାନ୍ ପଦବୀ ଗୁଡିକ ଉଚ୍ଛେଦ କରି ଦିଆଯାଉଛି ବୋଲି ଯେଉଁ ସୂଚନା ନିର୍ଭର ସୂତ୍ରରୁ ଜାଣିବାକୁ ମିଳୁଛି, ତାହାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବାକୁ ଦାବୀ ହୋଇଛି ।
ସର୍ବଶ୍ରୀ ସିପିଆଇ ନେତା ଏନ୍. ନାରାୟଣ ରେଡ୍ଡୀ, କଂଗ୍ରେସ୍ ନେତା ଭାଗିରଥି ବେହେରା, କାଳିଆ ରାଉଳ,ବିଜେଡ଼ି ନେତା ଶଙ୍କର ଦାଶ, ନାରୀ ନେତ୍ରୀ ନୀଳନ୍ଦ୍ରୀ ପ୍ରଧାନ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହାର ଦୃଢ଼ ବିରୋଧ କରିଛନ୍ତି । ଏହି ଦାବୀ ପୂରଣ ନହେଲେ ଆନ୍ଦୋଳନ ତେଜି ଉଠିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।।
ପୂର୍ବ ସରକାରଙ୍କ ସମୟରେ ସହରାଞ୍ଚଳ ର ଲୋକମାନଙ୍କ ଉଦ୍ଦେଶ୍ୟରେ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯିବା ନିମନ୍ତେ ରାଜ୍ଯ ସରକାର ପ୍ରତିଟି ସହରାଞ୍ଚଳରେ ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ରମାନ ଖୋଲିଥିଲେ ।
ଏପରିକି ଆମ ରାଜ୍ୟରେ ପ୍ରମୁଖ ସହରାଞ୍ଚଳରେ ସର୍ବମୋଟ ୧୨୭ ଟି ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ରମାନ ଖୋଲି ଆସିଥିଲେ । ସେହି ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଏବେ ଡ଼ାକ୍ତର ଶୂନ୍ୟତାରେ ରୋଗୀଙ୍କୁ ଚିକିତ୍ସା ଚାଲିଛି । ଅନେକ ଗୁଡ଼ିଏ କେନ୍ଦ୍ର ମାନଙ୍କରେ ଜଣେ ଲେଖାଏଁ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟ ମାନଙ୍କ ତତ୍ତ୍ୱାବଧାନରେ ଏହି ସବୁ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଥିବା ଜଣାଯାଇଛି ।
ଲୋକମାନେ ସହର ଠାରୁ ଦୂରରେ ଥିବା ଗ୍ରାମାଞ୍ଚଳ ଗୁଡ଼ିକ ଏବେ ସହର ଉପରେ ନିର୍ଭରଶୀଳ ହୋଇ ଚଳି ଆସିଛନ୍ତି । ଲୋକମାନେ ସ୍ଵାସ୍ଥ୍ୟ ସେବା ପାଇବା ପାଇଁ ସହର ଅଭିମୁଖେ ଆସୁଥିବା ବେଳେ ଏବେ ସହରାଞ୍ଚଳରେ ଗଢ଼ି ଉଠିଥିବା ସେହି ସବୁ ଜନ ଆରୋଗ୍ୟ କେନ୍ଦ୍ରମାନ ଅର୍ଥାତ୍ ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ଗୁଡିକ ଏବେ ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ପ୍ରଥମ କଥା ହେଲା ଏହି ସବୁ ସ୍ଵାସ୍ଥ୍ୟ-କେନ୍ଦ୍ରମାନଙ୍କରେ ଜଣେ ଲେଖାଏଁ ନିଯୁକ୍ତି ଡ଼ାକ୍ତର ଙ୍କୁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଦରମା ଦେଉଥିବା ବେଳେ ଅନ୍ୟ ସମସ୍ତ ଜଣେ ଲେଖାଏଁ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟ, ନର୍ସ ଓ ଅନ୍ୟ ସ୍ଵାସ୍ଥ୍ୟ କର୍ମଚାରୀ ଙ୍କ ଦରମା ଦିନ ମଜୁରିଆ ହିସାବରେ ଏବଂ ନୋ-ୱାର୍କ, ନୋ-ପେ, ଏକ ସ୍ବୀକୃତ ପ୍ରାପ୍ତ ସଂସ୍ଥା ଅଧିନରେ ଏହି ପ୍ରାପ୍ୟ ପାଇଥାନ୍ତି । ତାହା ପୁଣି ଦରମା ମଧ୍ୟ ଦେବାରେ ମାସେ, ଦୁଇ ମାସେ, ହୋଇ ବହୁ ବିଳମ୍ୱ ହେଉଥିବା କୁହାଯାଏ । ଏହା ଏକ ବିଡମ୍ବନା ର ବିଷୟ ହୋଇଛି । ଯାହା ଫଳରେ ସ୍ଵାସ୍ଥ୍ୟ କର୍ମଚାରୀମାନେ ବହୁ ହନ୍ତସନ୍ତ ହେଉଛନ୍ତି ।
ସୂଚନା ଯୋଗ୍ୟ ଯେ’ ରାଜ୍ୟର ୧୨୭ ଟି ସହରାଞ୍ଚଳରେ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ମାନଙ୍କରେ ଜଣେ ଲେଖାଏଁ ଡ଼ାକ୍ତର ,ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ, ଲେବ୍ ଟେକ୍ନିସିଆନ୍, ଜଣେ ସହଯୋଗୀ କର୍ମୀ, ଜଣେ ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି-ଅପେରେଟର ଏବଂ ସଫେଇ କର୍ମଚାରୀ ଆଦି ଜଣେ ଲେଖାଏଁ ନିଯୁକ୍ତି ହୋଇଆସିଛନ୍ତି । ପୂର୍ବେ ପ୍ରତି ଟି କେନ୍ଦ୍ରରେ ଜଣେ ଲେଖାଏଁ ଫିଜିଓଥେରପି ମଧ୍ୟ ନିଯୁକ୍ତି ଦେଇଥିଲେ । ବର୍ତ୍ତମାନ୍ ଏହି ସବୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଗୋଟିଏ କର୍ମଚାରୀ ଙ୍କୁ କାର୍ଯ୍ୟରୁ ଅନ୍ତର କରିବା ଅବା’ ବାହାର କରି ଦିଆଯାଉଥିବା ଅଭିଯୋଗ ହେଉଛି । ଯାହା ଫଳରେ କି ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଦେଖାଦେଇଛି ।
ଏକ ବିଶ୍ଵସ୍ତ ଖବରରୁ ଜଣାଯାଇଛି ଯେ’ ଗଞ୍ଜାମ ଜିଲ୍ଲାର ୮ ଟି ସ୍ଥାନରେ ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ସ୍ଥାପନ ହୋଇଛି । ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ୭ ଗୋଟି ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ସ୍ଥାପିତ ହୋଇଛି । ଏହି ୭ଟି କେନ୍ଦ୍ର ମଧ୍ୟରୁ ମିନାକ୍ଷୀ ନଗରରେ ଥିବା କେନ୍ଦ୍ରରେ ଜଣେ ଡାକ୍ତର ପଦବୀ ଖାଲିଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲାର ସମସ୍ତ ୮ଟି କେନ୍ଦ୍ରରେ ଗୋଟିଏ ଲେଖାଏଁ ରହିଥିବା ଡ଼ାକ୍ତର ପଦବୀ ଅଦ୍ୟାବଧି ଖାଲି ପଡ଼ିଛି । ଜିଲ୍ଲାର ଭଞ୍ଜନଗର, ଛତ୍ରପୁର, ହିଞ୍ଜିଳିକାଟୁ,କୋଦଳା, ପୋଲସରା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର ଆଦି ସହରାଞ୍ଚଳରେ ସ୍ଥାପିତ ହୋଇଥିବା ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ମାନଙ୍କରେ ଡ଼ାକ୍ତର ନାହାଁନ୍ତି ।
ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରାଞ୍ଚଳରେ ରେଳ ଷ୍ଟେସନ୍ ସ୍ଥିତ ବ୍ରାହ୍ମଣୀବନ୍ଧ ପାଖରେ ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ରହିଛି । ଏହି କେନ୍ଦ୍ରରେ ଅବସ୍ଥାପିତ ଡ଼ାକ୍ତର ମଧୁସୁଦନ ପଣ୍ଡା ଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାର ଏକ ମାସ ବିତି ଯାଇଥିଲେ ସୁଦ୍ଧା ଏଯାବତ୍ କୌଣସି ଡ଼ାକ୍ତର ଏଠାରେ ନିଯୁକ୍ତି ଦିଆନଯିବା ଏକ କ୍ଷୋଭର ବିଷୟ ହୋଇଛି ବୋଲି ଏଠାକାର ବାସିନ୍ଦା ଦୃଢ଼ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଛତ୍ରପୁର କେନ୍ଦ୍ରରେ ନିଯୁକ୍ତି ପାଇଥିବା ଜଣେ ଫାର୍ମାସିଷ୍ଟ କେନ୍ଦ୍ର ଚଳାଇ ଆସୁଛନ୍ତି । ଏଠାରେ ଥିବା ଜଣେ ମହିଳା ସଫେଇ କର୍ମଚାରୀ ନିଯୁକ୍ତି ପାଇଥିବା ବେଳେ ତାଙ୍କୁ ବାହାର କରିଦିଆଯାଇଛି । ସେହିଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବଂ ସାରା ରାଜ୍ୟରେ ସମସ୍ତ ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ମାନଙ୍କରେ ସଫେଇ କର୍ମଚାରୀ ନିଯୁକ୍ତି ପାଇଥିବା ବେଳେ ସମସ୍ତ ସଫେଇ କର୍ମଚାରୀଙ୍କୁ ବାହାର କରିଦିଆଯାଇଛି । ଅଧୂନା ରଜ୍ୟର ସମସ୍ତ ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ଲେବ୍ ଟେକ୍ନିସିଆନ୍ ପଦବୀ ଙ୍କୁ ବାହାର କରିଦେବା ନିମନ୍ତେ ଏକ ମସୁଧା ଆରମ୍ଭ ହୋଇଯାଇଛି, ଯାହାକି ଏ ସମ୍ପର୍କରେ ରାଜ୍ୟସରକାର ଙ୍କ ଠାରୁ ଏକ ଚିଠା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମାନଙ୍କୁ ଆସିଥିବା ଏକ ନିର୍ଭର ସୂତ୍ରରୁ ଜଣାପଡିଛି । ସେ ନେଇ ଏବେ ତିନି ଦିନ ହେଲା ସବୁଠି ଚହଳ ପଡ଼ିଛି । ରୋଗୀଙ୍କ ର କଫ,ରକ୍ତ,ମଳ,ମୂତ୍ର, ହିମୋଗ୍ଲୋବିନ୍ ଟେଷ୍ଟ ଆଦି ସମସ୍ତ ପରୀକ୍ଷା ହେବାରେ ରୋଗୀ ବଞ୍ଚିତ ହେବା ନେଇ ସବୁଠି ସବୁ ସ୍ଥାନରେ ଉତ୍ତେଜନା ଦେଖାଦେଇଥିବା ଖବର ମିଳିଛି । ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ଗୁଡିକ ପ୍ରତି ସରକାରଙ୍କ ଅବହେଳା ପ୍ରଦର୍ଶନରେ ପ୍ରତିବାଦ ର ସ୍ବର ଉଠିଛି ।
ଏନେଇ ରାଜ୍ଯସରକାର ଙ୍କ ଉଦ୍ଦେଶ୍ୟ ରେ ଜନଆନ୍ଦୋଳନ ର ମୁଣ୍ଡ ଟେକିବା ନେଇ ଅନେକ ରାଜନୈତିକ ସଂଗଠନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି ।।
Sign in
Sign in
Recover your password.
A password will be e-mailed to you.