ହିଞ୍ଜିଳିକାଟୁରେ ଭାରତବନ୍ଦ ଡାକରା ପ୍ରଭାବଶୂନ୍ୟ

ହିଞ୍ଜିଳିକାଟୁ : ଉପବର୍ଗୀକରଣ ଓ ସ୍ବଛଳ ବର୍ଗ ନୀତି ଲାଗୁ କରାନଯିବା ପ୍ରତିବାଦରେ ଅନୁସୁଚିତ ଜାତି, ଜନଜାତି କ୍ରିୟାନୁଷ୍ଠାନ କମିଟି ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ଭାରତ ବନ୍ଦ ଡାକରା ଦେଇଥିଲା । ଅଗଷ୍ଟ ୧ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏସସି ଏସଟି ସ୍ଥାନ ସଂରକ୍ଷଣ ଉପରେ ଯେଉଁ ରାୟ ପ୍ରକାଶ କରିଛନ୍ତି ତାହା ଅନୁସୂଚିତ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ ।‌ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ଓ ରାଜନୈତିକ ଦଳ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରରେ ଭାରତ ବନ୍ଦ ଡାକରା ପ୍ରଭାବଶୁନ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । କୈାଣସି ରାଜନୈତିକ ଦଳ ପକ୍ଷରୁ ପିକେଟି° କରାଯାଇନଥିବା ଦେଖିବାକୁ ମିଳିଥିଲା। ପ୍ରତିଦିନ ପରି ବୁଧବାର ମଧ୍ୟ ସହର ମଧ୍ୟ ଦେଇ ଯାନବାହାନ ଚଳାଚଳ ସ୍ବଭାବିକ ରହିଥିବା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିଲା। ଏସସି ଏସଟି କ୍ରିୟାନୁଷ୍ଠାନ କମିଟି ତରଫରୁ ଡାକରା ଦିଆଯାଇଥିବା ଭାରତ ବନ୍ଦ ଡାକରା ହିଞ୍ଜିଳିକାଟୁ ସହରରେ ସମ୍ପୁର୍ଣ ପ୍ରଭାବଶୁନ୍ୟ ହୋଇଥିଲା ।

nis-ad
Leave A Reply

Your email address will not be published.