ରାଇଘର ବ୍ଲକରେ ଦେଖିବାକୁ ମିଳିଲା ଭାରତ ବନ୍ଦର ପ୍ରଭାବ

ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲାର ଉପାନ୍ତ ମାଓ ପ୍ରବଣ ଅଞ୍ଚଳ ରାଇଘର ବ୍ଲକରେ ଆଜି ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଲା। ମାନ୍ୟବର ସୁପ୍ରିମ କୋର୍ଟ ୧/୦୮/୨୦୨୪ ରିଖ ଏସସି /ଏସଟି ଓ ଅନୁସୂଚିତ ଜାତି ପାଇଁ ଯେଉଁ ସଂରକ୍ଷଣ ରାୟ ପ୍ରକାଶ କରିଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଇଘର ସଦର ହନୁମାନ ମନ୍ଦିରର ସାମ୍ନାରେ ଥିବା ମୁଖ୍ୟ ୪୦ ନଂ ଜାତୀୟ ରାଜପଥ ଅବରୋଧ କରି ଯିବା ଆସିବା ଦୂରଦୁରାନ୍ତର ଛୋଟ ବଡ଼ ଯାନବାହାନ ଚଳାଚଳ ବନ୍ଦକରି ରାସ୍ତା ମଝିରେ ଶାନ୍ତି ପୂର୍ଣ୍ଣ ଭାବରେ ଧାରଣାରେ ବସିଛନ୍ତି । ଏସସି/ଏସଟି ଓ ଅନୁସୂଚିତ ଜନଜାତି ମିଳିତ ସଙ୍ଘ ତରଫରୁ ରାଇଘରରେ ଭାରତ ବନ୍ଦର ପ୍ରଭାବ । ଏସସି /ଏସଟି ଓ ଅନୁସୂଚିତ ଜନଜାତି ଅଧିକାର ସଂରକ୍ଷଣ ପାଇଁ ମାନନୀୟ ସୁପ୍ରିମ କୋର୍ଟର ସଂରକ୍ଷଣ ରାୟ ଅସାମ୍ବିଧାନିକ ଓ ଅତି ଦୁଃଖତ ପୂର୍ଣ୍ଣ | ସେଥି ପାଇଁ ଏସସି /ଏସଟି ଓ ଅନୁସୂଚିତ ଜନଜାତିର ଆଜିର ଏହି ଭାରତ ବନ୍ଦ ଡାକରା ବୋଲି କହିଛନ୍ତି ବନ୍ଦ ପାଳନ କରୁଥିବା ପ୍ରମୁଖ ଏସସି / ଏସଟି ଓ ଅନୁସୂଚିତ ଜନଜାତିର ସମସ୍ତ କର୍ମକର୍ତ୍ତାମାନେ । ରାଇଘର ମୁଖ୍ୟ ବଜାରର ସମସ୍ତ ଛୋଟ ବଡ଼ ଦୋକାନ ବନ୍ଦ ରହିବା ସହ ଅଳି ଗଲିରେ ଛୋଟ ଛୋଟ ଦୋକାନ ମାନ ଖୋଲା ରହିବା ପରିଲକ୍ଷିତ ହୋଇଥିଲା |

ଗାଡ଼ି ମଟର ବନ୍ଦ ରହିବା ଦ୍ୱାରା ଯିବା ଆସିବା ଯାତ୍ରୀମାନେ ହନ୍ତସନ୍ତ ହୋଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ | ଭାରତୀୟ ସମ୍ଭିଧାନର ୩୪୧/୩୪୨ ଅନୁଯାୟୀ ଏସସି /ଏସଟି ଓ ଅନୁସୂଚିତ ଜଣଜାତିର ରିଜାର୍ବେସନ ପ୍ରାବଧାନ ଦର୍ଶାଇ ସ୍ଲୋଗାନରତ ଏସସି / ଏସଟି ଓ ଅନୁସୂଚିତ ଜନଜାତିର କାର୍ଯ୍ୟରତ ରାଇଘର ବ୍ଲକର ପ୍ରମୁକ ଟାଣୁଆ କର୍ମୀମାନେ।

nis-ad
Leave A Reply

Your email address will not be published.