ବିଷାକ୍ତ ବେଆଇନ ମଦ ପିଇ ଅସୁସ୍ଥ ଘଟଣା ରେ ଅସୁସ୍ଥଙ୍କ ସଂଖ୍ୟା ୨୫ ରେ ପହଞ୍ଚିଲା ତିନି ଗୁରୁତର ର ଭାବେ ଆଇ ସି ୟୁ ରେ ଭର୍ତ୍ତି…


ଚିକିଟୀ : ସ୍ଥାନୀୟ କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଜେନାପୁର ଓ କରବାଲୁଆ ରେ ବିଷାକ୍ତ ବେଆଇନ ମଦ୍ୟପାନ ରେ ଅସୁସ୍ଥ ସଂଖ୍ୟା ବଢ଼ି ୨୫ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ତିନିଜଣ ଗୁରୁତର ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ଆଇ ସି ୟୁ ରେ ଭର୍ତ୍ତି କରାଯାଇଛି। ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଚାରିଜଣ ଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ବେଳେ ଜଣେ ମହିଳା ଙ୍କୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛି ଓ ଘଟଣା ର ତୀକ୍ଷଣ ନଜର ରଖିଛି ସ୍ଥାନୀୟ ପ୍ରଶାସନ। ତେବେ ସବୁ ର ମୂଳ ଅବକାରୀ ବିଭାଗ ର ଚିର ନିଦ୍ରା ଫଳ ରେ ବେଆଇନ ରନ୍ଧା ମଦ ମାଉନ୍ଦ ପୂର, ଢେପଗାଁ, କରବାଲୁଆ, ଚିକିଟୀ ଗଡ, ଧାନଘର ଇତ୍ୟାଦି ଜାଗା ରେ ବେଧଡକ ଭାବେ ବିକ୍ରି ଚାଲିଛି। ଅବକାରୀ ବିଭାଗ ସହ ସଲା ସୁତୁରା ରେ ମଦ ବ୍ୟବସାୟୀ ମାନେ ବିକ୍ରି କରୁଥିଲେ ମଧ୍ୟ ପୋଲିସ ନିଘା ନ ଥିବା ସ୍ପଷ୍ଟ ହୋଇପଡିଛି। ସରକାର ଙ୍କ ପାଉଚ ବ୍ୟବସ୍ଥା ପରେ ରନ୍ଧା ମଦ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲେ ମଧ୍ୟ ଚିକିଟୀ ଓ ଦିଗପହଣ୍ଡି ଅଞ୍ଚଳ ରେ ରହିଥିବା କେରାଣ୍ଡିମାଳ ଅଞ୍ଚଳ ରେ ପର୍ଯ୍ୟାପ୍ତ ପରିମାଣ ର ବେଆଇନ ରନ୍ଧା ମଦ ପ୍ରସ୍ତୁତ କରି ଏହି ଅଞ୍ଚଳ ରେ ଆଣି ବିକ୍ରି କରାଯାଏ। କିନ୍ତୁ ଅବକାରୀ ବିଭାଗ ସବୁ ଜାଣି ଶୁଣି ନିରୀହ ଲୋକଙ୍କ ଜୀବନ ସହ ଖେଳିଲା ଭଳି ସ୍ଥିତି ଉପୁଜିଛି। ଚିକିଟୀ ର ଏହି ହୃଦୟସ୍ପର୍ଶୀ ଘଟଣା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଯୁବପିଢ଼ି ଅବକାରୀ ବିଭାଗ କୁ ସମ୍ପୂର୍ଣ୍ଣ ଦାୟୀ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏହି ବେଆଇନ ବିଷାକ୍ତ ମଦ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଦାବି କରିଛନ୍ତି। ସେହି ପରି ମଦ ବନ୍ୟା ଚିକିଟୀ ଅଞ୍ଚଳ ରେ ବୋହୂଥିବା ବେଳେ ଉପକୂଳ ଅଞ୍ଚଳ ରେ ମଧ୍ୟ ବିନା ଶୁଳ୍କ ରେ କିପରି ମଦ ବିକ୍ରି ଚାଳିଛି ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି। ଏହି ବେଆଇନ ବିକ୍ରି ରେ ସରକାର ଖୋଲା ଖୋଲି ଭାବରେ ରାଜସ୍ବ ହରେଉ ଥିବା ବେଳେ ମଦ ମାଫିଆ ମାନେ ଖୁଲମଖୋଲା ଭାବେ ଅଞ୍ଚଳ ରେ ବିନା ଲାଇସେନ୍ସରେ କିପରି ମଦ ବିକ୍ରି କରୁଛନ୍ତି ତାହାର ତଦନ୍ତ ମଧ୍ୟ ଦାବି ରଖିଛନ୍ତି। କରବାଲୁଆ ଘଟଣା ରେ ଅସୁସ୍ଥ ଙ୍କ ପରିବାର ଲୋକ କହିବା ଅନୁସାରେ ମାଉନ୍ଦ ପୂର କୁ ପ୍ରତ୍ୟହ ଏହି ଲୋକ ମାନେ ଅତ୍ୟଧିକ ନିଶା ଆଶା ରେ ମଦ ପିଇବାକୁ ଯାଆନ୍ତି। ସୋମବାର ରାକ୍ଷୀପୂର୍ଣ୍ଣିମା ରେ ଅସୁସ୍ଥତା ଅନୁଭବ କରିବା ଫଳ ରେ ୨୧ ଜଣ ଙ୍କୁ ମେଡିକାଲ କୁ ନିଆଯାଇଥିଲା। ମଙ୍ଗଳବାର ଆଉ ଚାରିଜଣ ଚିକିଟୀ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟ ରେ ବ୍ରହ୍ମପୁର ବଡ ମେଡିକାଲ ରେ ଯୁର ବେହେରା, ପ୍ରଦୀପ ବେହେରା, ଭୁବୁନି ସେଠୀ ଆଇ ସି ୟୁ ରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣା ରେ ଅବକାରୀ ବିଭାଗ ଲୋକ ଦେଖାଣିଆ ଭାବେ ଯଦୁପୁର ଗ୍ରାମ ର ନିର୍ମଳା ସାହୁ ନାମ୍ନୀ ଜଣେ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କେସ ନମ୍ବର ୯୦/୨୪ ମାମଲା ରୁଜୁ କରି ଅନୁସନ୍ଧାନ ଜାରୀ ରଖିଥିବା ବିଭାଗ ସୂଚନା ଦେଇଥିବା ବେଳେ ଆଇ ଆଇ ସି ରମେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ଆସିଷ୍ଟାଣ୍ଟ ସୂପରିଟେଣ୍ଡେଣ୍ଟ କୁମୁଦ ରଞ୍ଜନ କହଁର ବିଭିନ୍ନ ଅଞ୍ଚଳ ବୁଲି ଖୋଜା ଖୋଜି ରେ ହିଁ ସୀମିତ ରହିଥିବା ଜଣାଯାଇଛି।
ଅବକାରୀ ବିଭାଗ କମିଶନର ନରସିଂହ ଭୋଳ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ବିଧାୟକ ମେଡିକାଲ ରେ ପହଞ୍ଚି ରୋଗୀ ଙ୍କ ସହ ଆଲୋଚନା କରିଛନ୍ତି।ଉପଜିଲ୍ଲାପାଳ ମାଉନ୍ଦ ପୂର, କରବାଲୁଆ, ଜେନାପୁର ଗ୍ରାମ ବୁଲି ସମସ୍ୟା ସମ୍ପର୍କ ରେ ପଚାରି ବୁଝିଛନ୍ତି। ମଙ୍ଗଳବାର ରାମଚନ୍ଦ୍ରପୂର ଗ୍ରାମ ର ସୁରେନ୍ଦ୍ର ନାଇକ, ଲୋକନାଥପୂର ହରିଜନ ସାହିର ଆପନା ନାଇକ, କରବାଲୁଆ ର ବାୟା ସେଠୀ ଓ ଅରକ୍ଷିତ ସେଠୀ ଚିକିଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ପୂର୍ବ ରୁ ୨୧ ଜଣ ଅସୁସ୍ଥ ହୋଇପଡ଼ିଥିବା ବେଳେ ତିନି ଜଣ ଗୁରୁତର ହୋଇଥିଲେ। କେ. ନୂଆଗାଁ ପୋଲିସ ଏ ଘଟଣା ରେ ବାୟା ସାହୁ, ତାଙ୍କ ପୁଅ ବାପିନି ସାହୁ, ରବି ସାହୁ ଏବଂ ମଦ ବିକ୍ରି ପାଇଁ ସହଯୋଗ କରିଥିବା ବଳରାମ ବିଷୋୟୀ ଙ୍କୁ ଅଟକ ରଖି ପଚରା ଉଚୁରା ଚଲେଇଛି। ଏସ ଡି ପି ଓ ବିଶ୍ଵାମିତ୍ର ହରିପାଲ, ଥାନା ଅଧିକାରୀ କିଶୋର କୁମାର ସାମଲ ଏହା କୁ ଗୁରୁତର ସହ ନେଇଥିବା ବେଳେ ୨୫୨ କେସ ନମ୍ବର ରେ ମାମଲା ରୁଜୁ କରି ଅନୁସନ୍ଧାନ କରି ଏହି ବେଆଇନ ରନ୍ଧା ବିଷାକ୍ତ ମଦ ଦିଗପହଣ୍ଡି ଅଞ୍ଚଳ ରୁ ଆସିଥିବା ସ୍ପଷ୍ଟ କରିଛନ୍ତି।

nis-ad
Leave A Reply

Your email address will not be published.