ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନକ୍ସଲ ପ୍ରଭାବିତ ଦୁଲେର ଗ୍ରାମରେ ସିଆରପିଏଫ କମାଣ୍ଡାଣ୍ଟ ଦ୍ବିତୀୟ ବାଟାଲିୟନ ରତିକାନ୍ତ ବେହେରାଙ୍କ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ ସିବିକ ଆକ୍ସନ ପ୍ରୋଗ୍ରାମ ଅଧୀନରେ ସିଆରପିଏଫ ଦ୍ଵାରା ପ୍ରାଥମିକ ବିଦ୍ୟାଳୟ ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କହେର ଦୁଲେର, କଡଟିପାରା, ମାଡପେଦୁଲେର ଓ ଆଖପାଖ ଗ୍ରାମର ପ୍ରାୟ ୧୫୦ ରୁ ୨୦୦ ଗ୍ରାମବାସୀ ଓ ୨୫ ଜଣ ପିଲା ଅଂଶଗ୍ରହଣ କରିଥିଲେ। ଦୁଲେରଠାରେ ଦ୍ବିତୀୟ ବାଟାଲିୟନ ସିଆରପିଏଫ ଦ୍ୱାରା ଏଫ୍ଓବି ପ୍ରତିଷ୍ଠା କରାଯାଇଥିଲା । ସେବେଠାରୁ ଏହି ଅଂଚଳର ବିକାଶ ପାଇଁ ଦ୍ୱିତୀୟ ବାଟାଲିୟନ ସିଆରପିଏଫ ଓ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି । ଏହି ଅଂଚଳ ଅତ୍ୟନ୍ତ ନକ୍ସଲ ପ୍ରଭାବିତ ହୋଇଥିବାରୁ ଏଠାକାର ବାସିନ୍ଦା ଏବେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ନକ୍ସଲମାନେ ଏହି ଅଞ୍ଚଳରେ ବିକାଶ କାର୍ଯ୍ୟ ରେ ବାଧା ସୃଷ୍ଟି କରିବା ସହ ଏହି ଅଞ୍ଚଳର ବିକାଶ ରେ ପ୍ରତି ବନ୍ଧକ ସାଜିଛନ୍ତି । ସେମାନେ ଜାଣନ୍ତି ଯେ ଏହି ଅଞ୍ଚଳ ବିକଶିତ ହେଲେ ସେମାନଙ୍କ ଆଧିପତ୍ୟ ଶେଷ ହୋଇଯିବ। ଆଜି ଦ୍ବିତୀୟ ବାଟାଲିୟନ ସିଆରପିଏଫର ଉଦ୍ୟମରେ ଏହି ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ପାଇଁ ରାସ୍ତା, ବିଜୁଳି, ମୋବାଇଲ ଟାୱାର ଓ ହ୍ୟାଣ୍ଡପମ୍ପ ଲଗାଯାଉଛି ଏବଂ ଆଖପାଖି ଅଞ୍ଚଳର ଗ୍ରାମୀଣଙ୍କ ଯାତାୟାତ ସୁଭିଧା ନିମୋନ୍ତେ ୩୦ଟି ସାଇକଲ ମଧ୍ୟ ବିତରଣ କରାଯାଇଥିଲା । ଏହି ଭଳି ବିକାଶ ତଥା ଜଣାଭିମୁଖୀ କାର୍ଯ୍ୟ ଯୋଗୁଁ ଏହି ଅଞ୍ଚଳରେ ସୁରକ୍ଷା ବହିନୀ ପ୍ରତି ଲୋକଙ୍କ ଭରସା ବଢୁଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post