ନଦୀରେ ବୁଡ଼ ବୃଦ୍ଧାଙ୍କ ମୃତ୍ୟୁ


ହିଞ୍ଜିଳିକାଟୁ,୨୦!୮ ହିଞ୍ଜିଳି ଥାନା ଗିରିଆ ରୁଷିକୁଲ୍ୟା ନଦୀରେ ଵୁଡିଯାଇ ମଙ୍ଗଳବାର ଜଣେ ବୃଦ୍ଧା ଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଗିରିଆ ଗ୍ରାମ ବଡ ସାହିର ନୟନୀ ଦଳାଇ (୫୯) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୨୭/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ପ୍ରକାଶ ଯେ, ବୃଦ୍ଧା ଜଣକ ସୋମବାର ରାତିରେ ଖାଇପିଇ ଶୋଇ ପଡ଼ିଥିଲେ ।

ମଙ୍ଗଳବାର ପୂର୍ବାହ୍ନରେ ପରିବାର ଲୋକେ ନୟନୀ କୁ ଘରେ ପାଇନଥିଲେ ଓ ଗାଧୋଇବା ପାଇଁ ଯାଇଥିବା ଅନୁମାନ କରିଥିଲେ। ପୂର୍ବାହ୍ନରେ ନଦୀରେ ବୃଦ୍ଧଙ୍କ ମୃତ ଦେହ ଭାସୁଥ‌ିବାର ଗ୍ରାମର କିଛି ବ୍ୟକ୍ତି ଦେଖି ଉଦ୍ଧାର କରିଥିଲେ ଓ ପରିବାର ସହ ହିଞ୍ଜିଳି ଥାନା କୁ ଖଵର ଦେଇଥିଲେ। ଗ୍ରାମବାସୀ ବୃଦ୍ଧା ଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।ସେତେବେଳକୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।ମୃତ ନୟନୀ ଙ୍କ ସ୍ଵାମି ଜୟରାମ ଦଳାଇ ହିଞ୍ଜିଳି ଥାନା ରେ ଲିଖିତ ଅଭିଯୋଗ କରିଥିଲେ ‌।ହିଞ୍ଜିଳି ପୋଲିସ ମେଡିକାଲ ରେ ପହଞ୍ଚି ଶବକୁ ଜବତ କରିବା ସହ ଶଵ ବ୍ୟବଛେଦ କରିବାକୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି।

nis-ad
Leave A Reply

Your email address will not be published.