ଡିଲ ହେବା ପରେ ପୁଣି ଚୋରା ବାଲି ମାଫିଆ ମାନେ ସକ୍ରିୟ : ବିଲେଇ ବେକରେ ଘଣ୍ଟି ବନ୍ଧା ସରିଲା..

ନେତା ଓ ବାବୁ ମାନଙ୍କ ଆଶୀର୍ବାଦ ପାଇଲା ପରେ ବାଲି ବେପାର ଅବାଧ ରେ ଆରମ୍ଭ…….


ବ୍ରହ୍ମପୁର: ସରକାର ବଦଳିବା ପରେ କିଛି ଦିନ ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ଚାଲାଣ ବନ୍ଦ ଥିଲା। ଏବେ କୁଆଡ଼େ ଲେଖା ଛିଡ଼ିବା (ଡିଲ )ପରେ ପୁରୁଷୋତ୍ତମପୁର, ହିଞ୍ଜିଳି, ଚିକିଟି,ଶେରଗଡ଼, ଆସିକା ଓ ଧରାକୋଟ ଅଞ୍ଚଳ ରୁ ଦିନ ଦିପହରେ ବିନା ୱାଇ ଫର୍ମ ରେ ବାଲି ଚାଲାଣ ହେଉଥିବାର ନଜିର ରହିଛି। ଗତ କିଛି ଦିନ ତଳେ ଆସିକା ବ୍ଲକର ଆମ୍ବପୁଆ ଠାରୁ ବେଆଇନ ବାଲି ଘାଟରୁ ଗାଙ୍ଗପୁର ପୋଲିସ ୨୦ ରୁ ଉର୍ଦ୍ଧ ଗାଡ଼ି ଜବତ କରିଥିଲା। ଏଥିରୁ ସ୍ପଷ୍ଟ ପ୍ରମାଣ ହେଉଛି, ଯେ ବାଲି ମାଫିଆ ମାନଙ୍କ ଡ଼ିଲ ସାରିଯାଇଛି ବୋଲି ଚର୍ଚ୍ଚା ହେଲାଣି।କୌଣସି ମାଫିଆ ମାନଙ୍କୁ କ୍ଷମା କରାଯିବ ନାହିଁ ବୋଲି ବାହାସ୍ପଟ ମାରୁଥିବା ନୂଆ ନିର୍ବାଚିତ ନେତାଙ୍କ ସ୍ୱର ବି ନରମୀ ଗଲାଣି ବୋଲି ଆଲୋଚନା ହେଉଛି।ସୂଚନା ଥାଉକି ବର୍ତ୍ତମାନ ସରକାର ଙ୍କ ଖଣି ଓ ଇସ୍ପାତ ମନ୍ତ୍ରୀ ବି ଗଞ୍ଜାମ ଜିଲ୍ଲାର କିନ୍ତୁ ଦୀପ ତଳ ଅନ୍ଧାର ପରି ପରିସ୍ଥିତି l ଲୋକେ କହିଲେଣି ବିଲେଇ ବେକରେ ଘଣ୍ଟି ବନ୍ଧା ହୋଇଗଲା ତେଣୁ ଜିଲ୍ଲା ରେ ପୁଣି ମାଫିଆ ସକ୍ରିୟ l ସୂଚନା ଥାଉକି ଗଞ୍ଜାମ ଜିଲ୍ଲାରେ ନକଲି ୱାଇ ଫର୍ମ ଛାପା ହେବାର ନଜିର ବି ରହିଛି। ଗତ ବିଜେଡ଼ି ସରକାର ସମୟରେ ଜିଲ୍ଲାର କିଛି ଚୋରା ବାଲି ସମ୍ରାଟ ବି ଜେଲ ଯାଇଥିଲେ। ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ମ୍ୟାଜିକ ପେନରେ ବି ୱାଇ ଫର୍ମରେ ତାରିଖ ବଦଳେଇ କରି ବାଲି ଚାଲାଣ କରି ମାଫିଆ ମାନେ ଗିରଫ ହେବାର ବି ନଜିର ରହିଛି। ବର୍ତ୍ତମାନ ତଳ ମୁଣ୍ଡରୁ ଉପର ମୁଣ୍ଡ ପର୍ଯ୍ୟନ୍ତ ସବୁ “ସାଇଲେନ୍ସ ପ୍ଲିଜ” ବୋଲି ବିଭିନ୍ନ ଚା ଖଟିରେ ଲୋକେ କଥା ହେଉଛନ୍ତି। ବାଲି ଚାଲାଣ ରୋକିବା ଦୁଇଦିନିଆ ଭାଗବତ ସଦୃଶ୍ୟ କହିଲେ କିଛି ବି ଭୁଲ ହେବ ନାହିଁ l ଦିନକୁ ସହ ସହ ଚୋରା ବାଲି ବୋଝେଇ ଗାଡି ପଡୋଶୀ ଆନ୍ଦ୍ରପ୍ରଦେଶ କୁ ଚାଲାଣ ହେଉଛି କାରଣ ଓଡିଶା ବାଲି ଆନ୍ଦ୍ର ରେ ସୁନା ଦରରେ ବିକ୍ରି ହେଉଛି ତେଣୁ ବାଲି ମାଫିଆ ମାନେ ତହସିଲଦାର ଏବଂ ପୋଲିସ ବାବୁ ମାନଙ୍କୁ ହାତ ବାରିସୀ କରି ଆରାମ ରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି ବର୍ତ୍ତମାନ ପୋଲିସ ଚୁପ ଏବଂ ଜିଲ୍ଲା ପ୍ରଶାସନ ବି ଚୁପ l ବର୍ତ୍ତମାନ ପୁଣି ଗଞ୍ଜାମ ଜିଲ୍ଲା ବାଲି ମାଫିଆ ମାନଙ୍କ ଅମରାବତୀ ପାଲଟିଛି ପ୍ରଶାସନ ସବୁ ଜାଣି ଅନ୍ଧ, ମୁକ, ବଧିର ହୋଇ ବସିଛି, ସାମାନ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଗରିବ ଲୋକଟିଏ ବାଲି ପାଇଁ ପାରୁନାହିଁ ଯଦି ମିଳୁଛି ଅତି ଚଢା ଦରରେ ପ୍ରଶାସନ ପକ୍ଷରୁ କୌଣସି ଲଗାମ ନାହିଁ ବାଲି ଦର ପ୍ରତି l ବାବୁ ମାନେ ମୋଟା ଅଙ୍କର ବଟି ନେଇ ଚୁପ ନିରୀହ ଲୋକ ହିଁ ଏଠି ଜଳକା l ବାଲି ମାଫିଆ ମାନେ ଜି ଏସ ଟି ଫାଙ୍କୁ ଥିବା ଦେଖିବାକୁ ମିଳୁଛି ତଳ ଦିନେ ଗଞ୍ଜାମ ଜିଲ୍ଲା ରେ କିଛି ବାଲି ମାଫିଆ ଙ୍କୁ ଜି ଏସ ଟି ଦ୍ଵାରା ଚଢାଉ ହୋଇଥିବା ନଜିର ରହିଛି କିନ୍ତୁ ବର୍ତ୍ତମାନ ସବୁ କିଛି ଶାନ୍ତ ଆଗ ସରକାର ଠୁ ବଳି ଗଲା ବର୍ତ୍ତମାନ ର ସରକାର ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରୁଛି l ଦେଖାଯାଉ ସରକାର ଙ୍କ ନିଦ କେବେ ଭାଙ୍ଗୁଛି ନା ସରକାର ଙ୍କୁ ବଦନାମ କରିବାକୁ ଅଦୃଶ୍ୟ ଶକ୍ତି ଜିଲ୍ଲା ରେ କାମ କରୁଛି ଏହା ମଧ୍ୟ ତଦନ୍ତ ସାଫେକ୍ଷ୍ୟ l ଓଡିଶା ରାଜସ୍ୱ ବିଭାଗ ଏଥି ପ୍ରତି ଧ୍ୟାନ ଦେଲେ କୋଟି କୋଟି ଟଙ୍କା ର ରାଜସ୍ୱ ବଞ୍ଚି ପାରନ୍ତା ବୋଲି ବୁଦ୍ଧିଜୀବୀ ଅନୁରୋଧ କରୁଛନ୍ତି l

nis-ad
Leave A Reply

Your email address will not be published.