ଅବକାରୀ ବିଭାଗ କୁ ଚେତା ପଶିବ କେବେ..? :ନକଲି ଦେଶୀ ମଦ ପିଇ ୨୧ ରୁ ଉର୍ଦ୍ଧ୍ବ ଅସୁସ୍ଥ…


ଚିକିଟୀ -କେ ନୂଆଗାଁ ଥାନା ଚିକିଟୀ ଅନ୍ତର୍ଗତ ମାହୁନ୍ଦପୁର ଠାରେ ବିଷାକ୍ତ ମହୁଲି ମଦ ପି ୧୮ରୁ ଉର୍ଦ୍ଧ ଅସୁସ୍ଥ ହୋଇଥିବା ସୂଚନା ମିଳିଛି | ନକଲି ମଦ ଜିଲ୍ଲାରେ ପ୍ରସ୍ତୁତି କୁ ନେଇ ବାରମ୍ବାର ନିଃସର୍ତ୍ତ ରେ ଖବର ପ୍ରଚାର ହୋଇଛି ଏବଂ ଜିଲ୍ଲା ଅବକାରୀ ବିଭାଗ କୁ ମଧ୍ୟ ସୂଚନା ଦିଆଯାଇଛି ତଥାପି ପ୍ରଶାସନ ଚୁପ l ମଦ ମାଫିଆ ମାନଙ୍କ ଠାରୁ ପୁଳା ପୁଳା ଟଙ୍କା ଓ ଉପହାର ପାଇଁ ବାବୁ ମାନେ ଚୁପ ରୁହନ୍ତି ଯାହାକି ଏପରି ନକଲି ବିଷାକ୍ତ ମଦ ପାନ କରି ନିରୀହ ଲୋକ ମୃତ୍ୟୁ ମୁଖରେ ବି ପଡ଼ିଥାନ୍ତି l ସୂଚନା ଥାଉକି ମାହୁନ୍ଦପୁର ନିକଟ ଜଙ୍ଗଲରେ ନକଲି ଦେଶୀ ମଦ ପ୍ରସ୍ତୁତ କରି ଚିକିଟୀ ଆଖପାଖ ଅଞ୍ଚଳକୁ ସପ୍ଲାଇ ହୋଇ ଏଭଳି ଚୋରା ମଦ ବିକ୍ରି ହେଉଥିବା ଅନେକ ସମୟରେ ନଜରକୁ ଆସିଛି ଓ ଏହି ଚୋରା ଦେଶୀ ମହୁଲି ମଦ ପିଇବା ପାଈଁ ସନ୍ଧ୍ୟା ହେଲେ ଯୁବ ପିଢ଼ି ଙ୍କ ଗହଳି ଜମୁଛି | ଆଜିର ଘଟଣାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଥିବା ବେଳେ ଏହା ନିଶ୍ଚିତ ମଦ୍ୟ ପାନ ଯୋଗୁଁ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି l ସୂଚନା ମୁତାବକ ଆଜି ସନ୍ଧ୍ୟlରେ ଚିକିଟୀ ପେଣ୍ଠ ର କାରବାଲୂଆର ପ୍ରାୟ କୋଡିଏ ରୁ ଅଧିକ ବ୍ୟକ୍ତି ମାହୁନ୍ଦ ପୁର ମଦ୍ୟ ପାନ କରିବାକୁ ଯାଇଥିଲେ l ଜଣକ କୋଡିଏ ଟଙ୍କାର ମଦ ପିଇ ଆସିଲା ପରେ ପରେ ହଟାତ ଅସୁସ୍ଥ ହୋଇ ପଡିଥିଲେ l ଏମାନଙ୍କର ପରିବାର ଅସୁସ୍ଥ ଅବସ୍ଥା ଦେଖି ସ୍ଥାନୀୟ ମେଡିକାଲ କୁ ଆଣିଥିଲେ l ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରୁଥିବା ବେଳେ ଏକାଧିକ ବ୍ୟକ୍ତି ଗୁରତ୍ତର ହୋଇଥିବା ସୂଚନା ମିଳୁଛି | ଅସୁସ୍ଥ ବ୍ୟକ୍ତି ମନେ ହେଲେ ଖଲି ସେଠୀ ଭୁଭୁନି ସେଠୀ, ପ୍ରଦିପ ବେହେରା, ଦୁର୍ଯ୍ୟଧନ ସେଠୀ, ରାମ ବେହେରା,ଜୁର ବେହେରା, ବୁଲୁ ବେହେରା, ଅପୁ ସେଠି, ବୁଲୁ ସେଠି, ଶତ୍ରୁଘନ ବେହେରା, ଶିବ ସେଠି, ବିପନ ସେଠି, କାଳୁ ସେଠି, ନାଇକ ସେଠି, ଭୁବୁନା ବେହେରା, ମାଲ ବେହେରା, ସାଇଦିଲ ଖାନ ଙ୍କ ସମେତ ଖବର ଲେଖା ହେଲା ପର୍ଯ୍ୟନ୍ତ ୨୧ରୁ ଉର୍ଦ୍ଧ ଅସୁସ୍ଥ ହୋଇଥିବା ଦେଖୁବାକୁ ମିଳିଛି l ଏନେଇ ଅବକାରୀ ବିଭାଗ କୁ ଯୋଗାଯୋଗ କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି | କେ ନୂଆଗାଁ ଥାନା ଅଧିକାରୀ ମଧ୍ୟ ଘଟଣା ସ୍ଥୂଳରେ ପହଁଞ୍ଚି ତଦନ୍ତ କରିଥିବା ଜଣା ପଡିଛି | ତଦନ୍ତ ପୁଣି ଅବକାରୀ ବିଭାଗ ର ନାଲି ଫିତା ତଳେ ଦବି ଯିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି ତେଣୁ ରାଜ୍ୟ ସରକାର ଘଟଣା କୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରନ୍ତୁ ବୋଲି ଅଞ୍ଚଳ ରୁ ଦାବୀ ହେଉଛି l

nis-ad
Leave A Reply

Your email address will not be published.