ରକ୍ଷା ବନ୍ଧନରେ ବୃକ୍ଷରୋପଣ ଓ ସ୍ଵଛଭାରତ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଦେଶ ଓ ରାଜ୍ୟରେ ହିନ୍ଦୁ ରୀତିନୀତି ଅନୁଯାଇ ବଳରାମ ଜନ୍ମଦିନଟିକୁ ରକ୍ଷା ବନ୍ଧନ ଭାବେ ପାଳନ କରାଯାଉଛି l ସେହିପରି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ନିକଟସ୍ତ ଲମ୍ବାଗୁଡ୍ରି ଗ୍ରାମରେ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଏବଂ ଟ୍ରଷ୍ଟ ର ସଦସ୍ୟ ସଦସ୍ୟା ଓ କୁନି କୁନି ପିଲାମାନଙ୍କ ସହିତ ମିଶି ଅତି ସୁନ୍ଦର ଭାବେ ରକ୍ଷା ବନ୍ଧନ ଉପଲକ୍ଷେ ବୃକ୍ଷ ରୋପଣ ଓ ସ୍ଵଛଭାରତ କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳିଥିଲା l ରକ୍ଷା ବନ୍ଧନ ଭାଇ ଭଉଣୀଙ୍କର ଏକ ପବିତ୍ର ବନ୍ଧନ ହେଇଥିବା ବେଳେ ଅଧ୍ୟକ୍ଷ ଶ୍ରୀ ଦିଗାଲ ଙ୍କ ହାତରେ ଭଉଣୀ ମାନେ ରାକ୍ଷୀ ବାନ୍ଧି ବେସ୍ ଖୁସି ମନେଇଵା ସହିତ ରକ୍ଷା ବନ୍ଧନ ଅବସରରେ ସ୍ୱଚ୍ଛଭାରତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହେଇଥିବା ଦେଖିବାକୁ ମିଳିଥିଲା l

nis-ad
Leave A Reply

Your email address will not be published.