ନିଃସର୍ତ୍ତ ସାମ୍ବାଦିକ ଙ୍କୁ ଧମକ ଦେବା ଘଟଣା, ତଦନ୍ତ ସହ ପଞ୍ଜିକୃତ ହେଲା ଏତଲା…


ନବରଙ୍ଗପୁର : ତା ୧୮-୮-୨୪ ରିଖ ଦିନ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ନିସର୍ତ୍ତ ସାମ୍ବାଦିକ ଙ୍କୁ ଅଜଣା ବ୍ୟକ୍ତି ଙ୍କ ଧମକ କୁ ନେଇ ସାମ୍ବାଦିକ ଶ୍ରୀ ରସିକ ସରକାର ଥାନାରେ ଏତଲା ଡାଏର କରିଥିଲେ ଯାହାକି ରେଜିଷ୍ଟ୍ରିଭୁକ୍ତ ହୋଇଛି। କିନ୍ତୁ ବିନା ରସିଦ ରେ ଟଙ୍କା ଆଦାୟ କରୁଥିବା ଏସ ଏସ ମାର୍ଟ ର ଦୁଇଜଣ କର୍ମଚାରୀ ଟଙ୍କା ବଟି ମାଗିବା ନେଇ ଆମ ସାମ୍ବାଦିକ ଶ୍ରୀ ରସିକ ସରକାର ଙ୍କ ନାମରେ ଅଭିଯୋଗ କରିଥିବା ସ୍ଥଳେ ଫୋନ ଯୋଗେ ପ୍ରତିନିଧି ଙ୍କୁ ଧମକ ଦେଇଛନ୍ତି ଉକ୍ତ ଫୋନ ନୁମ୍ବର 9776617109 ଯାହାକି ସ୍ୱରୂପ ରାଉତ ଏବଂ 76079 19050 ଯାହାକି ସ୍ମିତା ରୟ ବୋଲି ମୋବାଇଲ ଟ୍ରୁ କଲର ରେ ଉଲ୍ଲେଖ ଆସୁଛି ଯାହାକୁ ଭିତ୍ତି କରି ରାଇଘର ଥାନାରେ ରସିକ ସରକାର (ସାମ୍ବାଦିକ )ଏକ ଲିଖିତ ଅଭିଯୋଗ ବି କରିଛନ୍ତି ଯାହାକି ରାଇଘର ଥାନାରେ ଗତ କାଲି 18/8/2024 ରେ କେଶ ନୁମ୍ବର 232/24 ରେ ପଞ୍ଜିକରଣ ହୋଇଛି l ସୂଚନା ଥାଉକି ଘଟଣା ଘଟିଥିବା ରାଇଘର ବ୍ଲକ ଡୁମୁନମୁଣ୍ଡା ଗ୍ରାମ ବାସି ପୁଣି ଥାନାରେ ଏକ ଅଭିଯୋଗ ଦାଖଲ କରି ଉଲେଖ କରିଛନ୍ତି କି ଏସ ଏସ ମାର୍ଟ କର୍ମଚାରୀମାନେ ରସିକ ସରକାର ଙ୍କ ଉପରେ କରିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ। ବରଂ ଏସ ଏସ ମାର୍ଟ ର କର୍ମକର୍ତ୍ତା ଓଲଟା ଆମ ଜନ ପ୍ରତିନିଧି (ସରପଞ୍ଚ )ଚରଣ ଗଣ୍ଡ ଓ ଗ୍ରାମବାସି ମାନଙ୍କୁ ଅଶାଳୀନ ଭାଷା ରେ ଗାଳି ଗୁଲଜ କରିଥିବା ପରିପ୍ରେକ୍ଷିରେ ସେମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିବା ବିଷୟ ଉଲ୍ଲେଖ କରା ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମବାସୀ ମାନେ ମିଳିତ ହୋଇ ଏସ ଏସ ମାର୍ଟ ର ଦୁଇଜଣ କର୍ମଚାରୀ ଙ୍କୁ ରାଇଘର ଥାନାରେ ତଦନ୍ତ ପାଇଁ ଜିମା ଦେଇଥିଲେ ଏବଂ ସେମାନଙ୍କ ସଂସ୍ଥା ଏବଂ କାଗଜ ପତ୍ର ଯାଞ୍ଚ କରିବାକୁ ଅନୁରୋଧ ବି କରିଛନ୍ତି l ବର୍ତମାନ ଦେଖିବାକୁ ବାକି ରହିଲା ଥାନା ଅଧିକାରୀ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏବଂ ଦୋଷୀ କୁ କିପରି ତଦନ୍ତ କରି ଆଇନ ର ବାଟ ଦେଖାଉଛନ୍ତି ତାହା ସମୟ କହିଁବ l

nis-ad
Leave A Reply

Your email address will not be published.