ନିଃସର୍ତ୍ତ ସାମ୍ବାଦିକ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ବେଳେ ଅଜ୍ଞାତ ନମ୍ବରରୁ ଧମକ,ସୁରକ୍ଷା ପାଇଁ ସାମ୍ବାଦିକଙ୍କ ଥାନାର ଦ୍ୱାରସ୍ଥ…


ନବରଙ୍ଗପୁର : ୧୭/୦୮/୨୦୨୪ ରାଇଘର ଏସ୍ .ଏସ୍ ମାର୍ଟ ନାମକ କୌଣସି ଏକ ସଂସ୍ଥା ଦ୍ବାରା ଲୋକଙ୍କୁ ଶ୍ରମିକ କାର୍ଡ କରାଇ ଦେବା ଆଳରେ ଜଣ ପିଛା ଟ ୨୫୦/ଙ୍କା ଆଦାୟ କରାଯାଇ କୌଣସି ପ୍ରାପ୍ତି ସ୍ୱୀକାର ରସିଦ ଦିଆ ଯାଉ ନଥିଲା। ରାଇଘର ବ୍ଲକ ଦେବାଗାଁ ପଞ୍ଚାୟତ ଅନ୍ତର୍ଗତ ଡୁମରିମୁଣ୍ଡା ଗ୍ରାମବାସୀ ସନ୍ଧେହ କରି ଆଦାୟ କରୁଥିବା ଦୁଇଜଣ ଙ୍କୁ ବନ୍ଧକ ରଖି ଆମ ରାଇଘର ସାମ୍ବାଦିକ ଙ୍କୁ ଖବର କରିଥିଲେ।ଆମ ସାମ୍ବାଦିକ ଶ୍ରୀ ରସିକ ସରକାର ସହ ‘ଶ୍ରୁତି’ ର ସାମ୍ବାଦିକା ମାମନୀ ଚକ୍ରବର୍ତ୍ତୀ ସତ୍ୟାସତ୍ୟ ତଥ୍ୟ ସଂଗ୍ରହ କରିବାକୁ ପହଞ୍ଚିବା ପରେ କୌଣସି ଅଜ୍ଞାତ ବ୍ୟକ୍ତି ଫୋନ କରି ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିବାକୁ ଧମକ ଦେଇଥିବା ନେଇ ସାମ୍ବାଦିକ ଭାଇ ଜଣକ ସୁରକ୍ଷା ନିମନ୍ତେ ଥାନାର ଦ୍ବାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି l ଉକ୍ତ ଗ୍ରାମ ର ବାସିନ୍ଦା ଟଙ୍କା ଆଦାୟ କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ରାଇଘର ଥାନାରେ ହସ୍ତାନ୍ତର କରିଛନ୍ତି, ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଘୁନାଥ ମାଝୀ ଘଟଣାର ସତ୍ୟାସତ୍ୟ ତଦନ୍ତ କରୁଥିବା ପ୍ରକାଶ। ଦେଖିବାକୁ ବାକି ରହିଲା ଥାନା ଦ୍ୱାରା କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି। ଏବଂ ସାମ୍ବାଦିକ ଙ୍କୁ କିପରି ନ୍ୟାୟ ପ୍ରଦାନ କରୁଛନ୍ତି l ଥାନା ଅଧିକାରୀ ସାମ୍ବାଦିକ ଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଲିଖିତ ଅଭିଯୋଗ କୁ ଭିତ୍ତି କରି ତଦନ୍ତ କରାଯିବା ସହିତ ଫୋନ ଯୋଗେ ଧମକ ଦେଇଥିବା ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l

nis-ad
Leave A Reply

Your email address will not be published.