ମଝି ଚିଲିକାରେ ଫସିଥିବା ଯାତ୍ରୀବାହୀ ଡଙ୍ଗା ଉଦ୍ଧାର, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା

ବ୍ରହ୍ମଗିରି : ମଝି ଚିଲିକାରେ ଫସିଥିବା ଯାତ୍ରୀବାହୀ ଡଙ୍ଗା ଉଦ୍ଧାର । ପ୍ରାୟ ୧ ଘଣ୍ଟା ପରେ ଡଙ୍ଗାରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା SRC ସୂଚନା ଦେଇଛନ୍ତି । ଡଙ୍ଗାଟି ଜହ୍ନିକୁଦା ଘାଟରୁ ୨୦ଟି ବାଇକ ସମେତ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ସାତପଡା ଯାଉତିବାବେଳେ ଚିଲିକା ମଝିରେ ଫସିଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଏଁସା ନିକଟ ମଝି ଚିଲିକାରେ ଡଙ୍ଗାଟି ଅଟକି ରହିଥିଲା । ଅଗ୍ନିଶମ ଟିମ୍ ସହାୟତାରେ ଡଙ୍ଗାକୁ ଉଦ୍ଧାର କରାଯାଇଥିଲା ।

ସୂଚନା ଥାଉକି ସାତପଡ଼ାରୁ ଜହ୍ନିକୁଦାକୁ ଦୀର୍ଘ ୫ କିଲୋମିଟର ଜଳ ପଥ ରହିଛି । ଯେଉଁ ଜଳପଥ ଦେଇ ଦୈନିକ ଡଙ୍ଗା ଯାତାୟାତ କରନ୍ତି ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଳକର ୧୪ଟି ପଞ୍ଚାୟତର ବାସିନ୍ଦା । ତେବେ ଏଥିପାଇଁ ଲୋକେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରାଯାଇଛି। ତେବେ ଚିଲିକାର ସାତପଡ଼ାରୁ ଜହ୍ନିକୁଦା ଯାଏ ଚିଲିକାରେ ଏକ ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଛି । ହେଲେ ଏଠାରେ ଲୋକଙ୍କ ସୁରକ୍ଷା ବିଷୟରେ ସତେ ଯେମତି ସରକାର ଭୁଲିଯାଇଛନ୍ତି। ପ୍ରକାଶ ଥାଉ କି ପୂର୍ବରୁ ଅନେକ ଥର ଯାତ୍ରୀ ବାହି ଡଙ୍ଗା ଫସିଥିବାର ମଧ୍ୟ ନଜରେ ରହିଛି।

nis-ad
Leave A Reply

Your email address will not be published.