କୋରୁକୋଣ୍ଡା ପଞ୍ଚାୟତ ସମିତିରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କାଲେ ସାଂସଦ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାର୍ଯ୍ୟlଳୟ ରେ ଆଜି ଅପରାହ୍ନ ଚାରି ଘଣ୍ଟିକା ସମୟରେ ନବରଙ୍ଗ ପୁର ସାଂସଦ ବଳଭଦ୍ର ମାଝୀ ପହଞ୍ଚି ବ୍ଲକ ଅଧୀନରେ ସରକାରଙ୍କ ଦ୍ୟାରା ଭିଭିନ୍ନ ପ୍ରକାର ଉନ୍ନୟନ ମୁଳକ କାର୍ଯ୍ୟଗୁଡିକର ସମୀକ୍ଷା ପୁଙ୍ଖାନୁ ପୁଙ୍ଖ ଭାବେ କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ଚିତ୍ର କୋଣ୍ଡା ତଲାସି ଦାର ନଟବର ଗରଡା,ସିଡିପିଓ ବିଜୟ ଲକ୍ଷ୍ମୀ ସିବା ସୁନ୍ଦର,ସହକାରୀ ଯନ୍ତ୍ରି,ସୁକାନ୍ତ କୁମାର ସ୍ଵାଇଁଙ୍କ ସମେତ ବ୍ଲକ ଅଧୀନରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ,କନିଷ୍ଠ ଯନ୍ତ୍ରି,ସରପଞ୍ଚ,ପ୍ରମୁଖ ଉପସ୍ଥିତ ଥିଲେ । ଏମାନଙ୍କ ସହ ଅବକାରୀ,ଅଗ୍ନି ସମ,ବନ ବିଭାଗ,ପୂର୍ତ୍ତ ବିଭାଗ,କୃଷି ବିଭାଗ,ବ୍ୟାଙ୍କ,ଯୋଗାଣ ବିଭାଗ, ମିସନ ଶକ୍ତି,ମୁରତିକା ସଂରକ୍ଷଣ,ଜଳ ଯୋଗାଣ ଓ ପରିମଳ ବିଭାଗ,ରାସ୍ତା ଓ ଗୃହ ନିର୍ମାଣ ବିଭାଗ,ରୁରାଲ ହାଉଶିଙ୍ଗୀ ବିଭାଗ,। ମଚ୍ୟ ସମ୍ପଦ, ପଶୁପାଳନ ବିଭାଗ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ସମୀକ୍ଷା ବୈଠକରେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ସମୀକ୍ଷା ବୈଠକ ଶେଷରେ ସରକାରଙ୍କ ଅଧୀନରେ ବିଭିନ୍ନ ଯୋଜନାରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ଶୀଘ୍ର ତ୍ବରାନ୍ବିତ କରିବାକୁ ସାଂସଦ ନିର୍ଦେଶ ଦେଇଥିଲେ ।

nis-ad
Leave A Reply

Your email address will not be published.