ଚିକିଟୀ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ

ଚିକିଟିୀ : ସ୍ଥାନୀୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ଡ. ଭବାନୀ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ଵରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ପରିଚିଳନା ସମିତିର ସଂପାଦକ ଶ୍ରୀଯୁକ୍ତ ରାଧାଶ୍ୟାମ ପଟ୍ଟନାୟକ, ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାନ୍ତି ଏବଂ ଗଣିତ ବିଭାଗର ମୁଖ୍ୟ ଡ.ସନ୍ତୋଷ କୁମାର ବକ୍ସି ମଞ୍ଚାସିନ ଥିଲେ।
ଭକ୍ତ ସଭାରେ ଡ. ରାମଶଙ୍କର ପଟ୍ଟନାୟକ ପ୍ରାରମ୍ଭିକ ସଂଗୀତଗାନ କରିଥିଲେ। ଡ. ସଞ୍ଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ।ନିଜ ବକ୍ତବ୍ୟରେ ଅଧ୍ୟକ୍ଷ ଡ.ପଣ୍ଡା ଅନୁଷ୍ଠାନ ପ୍ରତି ଥିବା ବଦାନ୍ୟ ବ୍ୟକ୍ତିମାନଙ୍କ ନାମକୁ ସ୍ମରଣ କରିବା ସହ ସେମାନଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଉଲ୍ଲେଖ କରିଥିଲେ।
ପ୍ରାକ୍ତନ ଅଧ୍ୟାପକ ଡ. ବୃନ୍ଦାବନ ପଟ୍ଟନାୟକ, ଡ. ଲମ୍ବୋଦର ପାଣିଗ୍ରାହୀ, ଡ. କାମଦେବ ମିଶ୍ର,ଡ. ରାଜେଶ କୁମାର ପାତ୍ର ଏବଂ ପ୍ରାକ୍ତନ ଛାତ୍ର ରଂଜନ କୁମାର ବ୍ରହ୍ମା ମହାବିଦ୍ୟାଳୟର ବିଭିନ୍ନ ପ୍ରକାରର ଉନ୍ନତିକୁ ଅବଲୋକନ କରି ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ।
ମୁଖ୍ୟଅତଥି ଶ୍ରୀଯୁକ୍ତ ପଟ୍ଟନାୟକ ମହାବିଦ୍ୟାଳୟର ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିକାଶ ଧାରାକୁ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥାପନା କରିଥିଲେ।ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମହାନ୍ତି ମହାବିଦ୍ୟାଳୟର ଶୃଙ୍ଖଳା ଓ ଛାତ୍ରାଛାତ୍ରୀଙ୍କ ଶୃଙ୍ଖଳିତ ମନୋଭାବକୁ ପ୍ରଶଂସା କରିଥିଲେ। ଉକ୍ତ ସଭାରେ କାର୍ଯ୍ୟାବସର ନେଇଥିବା କର୍ମଚାରୀ ଶ୍ରୀମତୀ ଲକ୍ଷ୍ମୀ ବେହେରାଙ୍କୁ ସମ୍ବର୍ଦ୍ଦନା କରାଯାଇଥିଲା। ଯୁବ ରେଡ୍ କ୍ରସ ବିଭାଗର ସଂଯୋଜକ ଶ୍ରୀ ଆଶୁ ତୋଷ ସାହୁ ଏବଂ ଜାତୀୟ ସେବା ଯୋଜନାର ଅଧିକାରୀ ଡ.ସୁଜାତା ସାମନ୍ତରାୟ,ଶ୍ରୀ ଲକ୍ଷ୍ମଣ ବେହେରାଙ୍କ ତତ୍ତ୍ଵାବଧାନରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସଭା ପରିଚାଳନାରେ ସହଯୋଗ କରିଥିଲେ।ମଞ୍ଚ ସଂଚାଳନ କରିଥିଲେ ସାଂସ୍କୃତିକ ସମିତିର ଉପଦେଷ୍ଟା ଡ. ସଂଜୟ କୁମାର ପଣ୍ଡା। ସଭା ପର୍ବ ପାଳନ ପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଡ.ରାମଶଙ୍କର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପରିଚାଳିତ ହୋଇଥିଲା। ଶେଷରେ ଅଧ୍ୟାପକ ଶ୍ରୀ ସୁନୀଲ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.