ନିଖିଳ ଉତ୍କଳ ଖଡ଼ୁରା ସମାଜ ଫୁଲବାଣୀ ପକ୍ଷରୁ ୮୨ ୟୁନିଟ ରକ୍ତ ସଂଗ୍ରହ…

ଫୁଲବାଣୀ :ରକ୍ତ ଦାନ ମହା ପୁଣ୍ଯକୁ ଦୃଷ୍ଟିରେ ରଖି
କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସେବା ସହଯୋଗ ଅନୁଷ୍ଠାନ ନିଖିଳ ଉତ୍କଳ ଖଡ଼ୁରା ସମାଜ,ଫୁଲବାଣୀ, କନ୍ଧମାଳ ତରଫରୁ ୭୮ ତମ ସ୍ବାଧୀନତା ଦିବସ ଅବସରରେ ୨ୟ ସ୍ବେଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଡ୍ରିମ ଲ୍ୟାଣ୍ଡ ଠାରେ ଖଡ଼ୁରା ସମାଜ କନ୍ଧମାଳ ଜିଲ୍ଲା ସଂଯୋଜକ ସଞ୍ଜୀବ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହ ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଅଧିକାରୀ ଡକ୍ଟର ଜୟଦିପ ଘୋଷ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଶା ରାଜ୍ୟ ନିଖିଳ ଉତ୍କଳ ଖଡ଼ୁରା ସମାଜ କୋଷାଧ୍ୟକ୍ଷ ଦେବରାଜ ନାୟକ, ସମ୍ମାନିତ ଅତିଥି ରୂପେ ନିଖିଳ ଉତ୍କଳ ଖଡ଼ୁରା ସମାଜ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ବୁଧିଶାଗର ସାହୁ ଓ ସୁବାଷ ଚନ୍ଦ୍ର ମହାପାତ୍ର , ନିଖିଳ ଉତ୍କଳ ଖଡ଼ୁରା ସମାଜ ଭୁବନେଶ୍ବର ପେଣ୍ଠର ସଭାପତି ଲକ୍ଷ୍ମୀଧର ସୁବୁଦ୍ଧି ସମ୍ପାଦକ ପ୍ରଶାନ୍ତ ନାୟକ, କୋଷାଧ୍ୟକ୍ଷ ବିଶ୍ଵନାଥ ନାୟକ, ନିଖିଳ ଉତ୍କଳ ଖଡ଼ୁରା ସମାଜ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଦୁର୍ଗାଚରଣ ସାହୁ, ଟିମ୍ ହ୍ୟୁମାନିଟିର ଆବାହକ ଭି. ଲୋକନାଥ ରାଜୁ, ଫୁଲବାଣୀ ପେଣ୍ଠର ସଭାପତି ଅର୍ଜୁନ ସେନାପତି, ସମ୍ପାଦକ ଉମାଶଙ୍କର ମହାପାତ୍ର, କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ସୁବୁଦ୍ଧି ପ୍ରମୁଖ ଅନ୍ୟତମ ଅତିଥି ରୂପେ ଯୋଗଦେଇ ଥିଲେ l ଏହି ରକ୍ତଦାନ ଶିବିରରେ ଖଡୁରା ସାମାଜ ର ୧୨ ଜଣ ମହିଳା ଓ ୭୦ ଜଣ ପୁରୁଷଙ୍କ ଠାରୁ ମୋଟ ୮୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ଏହି କାର୍ଯ୍ୟ ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତ ଦାତାଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅତିଥି, କର୍ମକର୍ତ୍ତା, ଓ ସଦସ୍ୟ ମାନେ ମିଳିମିଶି ସାହାଯ୍ୟ ସହଯୋଗ କରି ୨ୟ ରକ୍ତଦାନ ଶିବିରକୁ ସଫଳ କରି ଥିବାରୁ ସମ୍ପାଦକ ଉମା ଶଙ୍କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.