ଦିନକ ପରେ ସ୍ୱାଧିନତା ଦିବସ : ରାସ୍ତା କଡରେ ଖୋଲିଛି ତ୍ରିରଙ୍ଗା ପସରା

ହିଞ୍ଜିଳିକାଟୁ : ଦିନକ ପରେ ପାଳିତ ହେବ ସ୍ୱାଧିନତା ଦିବସ । ଏଥିସକାଶେ ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଅସ୍ଥାୟୀ ଷ୍ଟଲ ଗୁଡିକରେ ତ୍ରିରଙ୍ଗା ପତକା ଜୋରସୋରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ସହରର ବିଭିନ୍ନ ସିଜନ ଷ୍ଟୋର ଗୁଡିକରେ ତ୍ରିରଙ୍ଗା ପତକା ସମେତ ତ୍ରିରଙ୍ଗା ବେଲୁନ, ଷ୍ଟିକର, ପଗଡି, ଝିଅ ପିଲାଙ୍କ କ୍ଳିପ, ଚୁଡି, ଫୁଲ, ଝୁମର ଭଳି ଭଳିକି ଭଳି ଜିନିଷ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ସେହିପରି ଗାଡିରେ ଲଗାଇବା ପାଇଁ ସ୍ୱତନ୍ତ୍ର ତ୍ରିରଙ୍ଗା ଓ ଷ୍ଟିକର ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ବୃବସାୟୀ ମାନେ ଏହି ସବୁ ସାମଗ୍ରୀ କଲିକତା ଅଞ୍ଚଳରୁ କିଣି ଆଣି ବିକ୍ରି କରୁଥିବା କହିଛନ୍ତି ।

ଜାତୀୟ ପତକା ସମେତ ପୋଷାକ, ବେଲୁନ, ଷ୍ଟିକର, ପଗଡି, ଝିଅ ପିଲାଙ୍କ କ୍ଳିପ, ଚୁଡି, ଫୁଲ, ଝୁମର ଅଦେି ସାମଗ୍ରୀ ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ସମସ୍ତ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସ୍ୱାଧିନତା ଦିବସ ପାଳନ ସକାଶେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶେଷ କରି ପ୍ରତିଦିନ ଅପରାହ୍ନ ୩ଟା ପରେ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଏନସିସି କ୍ୟାଡେଟ୍ ମାନଙ୍କ ଦ୍‌କବାରା ପ୍ୟାରେଡ ଅଭ୍ୟାସ କରାଯାଉଥିବା କରାଯାଉଥିବା ବେଳେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ୱାଧିନତା ଦିବସ ଉପଲକ୍ଷେ ବକୃତା, ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ସମେତ କିଛି ଶିକ୍ଷାନୁଷ୍ଠାନ ଦେଶାତ୍ମକବୋଧକ ନାଟକ ପରିବେଶଣ କରାଯିବ ବୋଲି ଜଣାପଡିଛି । ସେହିପରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ସ୍ୱାଧିନତା ଦିବସ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଶେଷ କରି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜେପି ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ କରାଯାଉଥିବାରୁ ଏଥି ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି ।
ଫଟୋ-

nis-ad
Leave A Reply

Your email address will not be published.