ପିପଳପଙ୍କା ଡ୍ୟାମ ବାତିଲ ସହ ଦଶଦଫା ଦାବିନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ

ଋଷିକୂଲ୍ୟା ନଦୀର ପାଣି କମ୍ପାନୀ ପାଇଁ ନା ଲୋକଙ୍କ ପାଇଁ ଜବାବ ମାଗିଲା ମଞ୍ଚ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବାସୀଙ୍କ ଜୀବନରେଖା ଋଷିକୂଲ୍ୟା ନଦୀର ଉପରମୁଣ୍ଡ ସୋରଡ଼ା ବ୍ଲକର ପିପାଳପଙ୍କା ଠାରେ ପାଣିକୁ ଆନିକଟ କରି ଟାଟା କମ୍ପାନୀକୁ ପାଣି ଯୋଗାଇବା ପାଇଁ ପ୍ରସ୍ତାବିତ ଡ୍ୟାମ କାମ ତୁରନ୍ତ ବନ୍ଦ କରିବା ଆଦି ଦଶ ଦଫା ଦାବିନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ସୂଚନା ଯୋଗ୍ୟ ଯେ, ସୋରଡ଼ାରୁ ଆରମ୍ଭ କରି ଗଞ୍ଜାମ, ହୂମ୍ମା ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ନିଜ ନିଜର ଚାଷ ବାସ ଓ ବ୍ୟବହାର ପାଇଁ ଋଷିକୂଲ୍ୟା ନଦୀ ଉପରେ ନିର୍ଭର କରି ଆସୁଛନ୍ତି l ପୂର୍ବ ରାଜ୍ୟ ସରକାର ସୋରଡ଼ା ବ୍ଲକର ପିପଳପଙ୍କା ଠାରେ ଏକ ଡ୍ୟାମ ନିର୍ମାଣ କରି ଟାଟା କମ୍ପାନୀକୁ ପାଣି ଯୋଗାଇବା ପାଇଁ ପ୍ରକଳ୍ପ ଆରମ୍ଭ କରିଥିଲେ ଯାହାଦ୍ୱାରା ଗଞ୍ଜାମ ଜିଲ୍ଲା ବାସୀ ଉତ୍କଟ ଜଳ ଅଭାବ ସମସ୍ୟାର ସମ୍ମୁଖୀନ ହେବେ ଏବଂ ଋଷିକୂଲ୍ୟା ନଦୀର ଉପରମୁଣ୍ଡରୁ ସମ୍ପୂର୍ଣ ପାଣିକୁ ଟାଟା କମ୍ପାନୀ କୁ ଦେବା ଅର୍ଥ ରୁଷିକୂଲ୍ୟା ନଦୀକୁ ଶୁଖାଇଦେବା ସହ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ଆଡକୁ ଠେଲିଦେବା l ଏଣୁ ଋଷିକୂଲ୍ୟା ନଦୀର ପାଣି କମ୍ପାନୀ ପାଇଁ ନା ଲୋକଙ୍କ ପାଇଁ ଜବାବ ମାଗିଛନ୍ତି ମଞ୍ଚ ଆବାହକ ଆଇନଜୀବି ଅବନୀ ଗୟା l

ଲୋକଙ୍କ ଜୀବନ ଜୀବିକା ସହ ବିଭିନ୍ନ ବନ୍ୟ ଜନ୍ତୁ, ପଶୁ ପକ୍ଷୀ ଓ ଜଙ୍ଗଲ ଆଦିର ସୁରକ୍ଷା ପାଇଁ ଏହି ଜନବିରୋଧୀ ଡ୍ୟାମ ପ୍ରକଳ୍ପକୁ ବାତିଲ କରିବା ସହ ରାଜ୍ୟରେ ମଦର ପ୍ରସାର କରି ଲୋକଙ୍କ ଧନ ଜୀବନକୁ ଲୁଟ କରୁଥିବା ମଦ ନିଗମକୁ ସମ୍ପୂର୍ଣ ଭାବେ ବାତିଲ, ଶିକ୍ଷାନୁଷ୍ଠାନ ଧର୍ମାନୁଷ୍ଠାନ ଆଦି ନିକଟରେ ମଦ ଦୋକାନ ଖୋଲିବାକୁ ସମସ୍ତ ସର୍ତ୍ତ ନିୟମକୁ ଖିଲାପ କରି ଅନୁମତି ଦେଉଥିବା ଅବକାରୀ ବିଭାଗୀୟ କତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ପନିପରିବା,ରାସନ ସାମଗ୍ରୀ ଆଦିର ଦରଦାମ ବୃଦ୍ଧି ଓ କଳାବଜାରୀକୁ ରୋକିବା ପାଇଁ ପ୍ରତି ଜିଲ୍ଲାରେ ଥିବା ବଜାର ନିୟନ୍ତ୍ରଣ କମିଟିକୁ ତ୍ୱରାନ୍ୱିତ କରିବା, ବାର୍ଦ୍ଧକ୍ୟ ଭତ୍ତା ୩୦୦୦ଟଙ୍କାକୁ ବୃଦ୍ଧି, କଟକ ଭୁବନେଶ୍ୱର ଭଳି ବ୍ରହ୍ମପୁର ସହରରେ ବି ବର୍ଦ୍ଧିତ ଘର ଟିକସ ଓ ଯୁଜର୍ସ ଫି ଛାଡ଼ କରିବା, ପ୍ରତ୍ୟେକ ଗରିବ ଓ ମଧ୍ୟବର୍ତ୍ତୀ ପରିବାରଙ୍କୁ ମାସିକ ୩୦୦ୟୁନିଟ ବିଜୁଳି ମାଗଣା ଯୋଗାଇବା, ଖାଦ୍ୟ ପଦାର୍ଥ, ଔଷଧ, କୃଷି ସାମଗ୍ରୀ ଉପରେ ୧୮ପ୍ରତିଶତ ଜିଏସଟି ବନ୍ଦ କରିବା, ବାସହୀନ ଓ ଭୂମିହୀନ ପରିବାରଙ୍କୁ ତାଙ୍କ ଦଖଲରେ ଥିବା ଜମିର ପଟ୍ଟା ପ୍ରଦାନ, ପଂଚାୟତ ସ୍ତରରେ ସରକାରୀ ମଣ୍ଡି ଓ ପ୍ରତି ବ୍ଲକରେ ସରକାରୀ ଶୀତଳ ଭଣ୍ଡାର ସ୍ଥାପନ, ଧାନ କୁଇଣ୍ଟାଲ ପିଛା ୩୧୦୦ଟଙ୍କାରେ କ୍ରୟ କରିବା ପ୍ରତିଶୃତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଆଦି ୧୦ଦଫା ଦାବୀ ସମ୍ମିଳିତ ସ୍ମାରକ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଧେଶ୍ୟରେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଯୁବନେତା ମନୋଜ କୁମାର ତରାଇ,ଆଦିତ୍ୟ ରଥ ପ୍ରମୁଖ ବିକ୍ଷୋଭରେ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.