ବିପର୍ଯ୍ୟୟ ପରିଚାଳନାରେ ଗ୍ରାମ ପଂଚାୟତର ଭୂମିକା ଶୀର୍ଷକ ଆଲୋଚନା ଚକ୍ର

ଫୁଲବାଣୀ : ବିପର୍ଯ୍ୟୟ ପରିଚାଳନା ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହୋଇଥିବା ବେଳେ ସରକାରଙ୍କ ତରଫରୁ ଏଥି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବିପର୍ଯ୍ୟୟ କହିଲେ ବନ୍ୟା, ବତ୍ୟା, ଭୂସ୍ଖଳନ, ବଜ୍ରାଘାତ ଯାହାକି ଧନ, ଜନ ଓ ଜିବନ ପ୍ରତି ବିପଦ ସୃଷ୍ଟି କରିଥାଏ । ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ଗ୍ରାମ୍ୟସ୍ତର ଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଏହାର ସୁପରିଚାଳନା ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନିମନ୍ତେ ନିଷ୍ପତି ନିଆଯାଇଛି । ଏହ ପରିପ୍ରେକ୍ଷୀରେ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ବାଲିଗୁଡା ବ୍ଲକର ୩୩ ଗୋଟି ଗ୍ରାମ ଓ ୧୧ ଗୋଟି ଗ୍ରାମ ପଂଚାୟତ ରେ ଏହା ପ୍ରସ୍ତୁତି ନିମନ୍ତେ ଦାୟିତ୍ୱ ନେଇଛନ୍ତି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ କନ୍ଧମାଳଙ୍କ ସହାୟତାରେ କାର୍ଯ୍ୟକାରି ହେଉଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାଟାଗୁଡା, ରେବିଙ୍ଗିଆ, ବୁଡ୍ରିକିଆ ଓ ମିଡିଆକିଆ ପଂଚାୟତ ବୈଠକ ଗୃହ ଠାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନିମନ୍ତେ ସରପଂଚ ପ୍ରତାପ ମଲ୍ଲିକ , ରଞ୍ଜିତା ମଲ୍ଲିକ, ଅନୁଶୟା ପ୍ରଧାନ ଓ ଅଶୋକ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଦିନିକିଆ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।ଆଲୋଚନା ମାଧ୍ୟମରେ ଅନୁଷ୍ଠାନର ସମ୍ବଳ କର୍ମୀ ବିଶ୍ୱରଞନ କର ବିଭିନ୍ନ ବିପର୍ଯ୍ୟୟ ବିଷୟରେ ସଚେତନତା କରିବା ସହ ଗ୍ରାମପଂଚାୟତ ପରିଚାଳନା କମିଟି ଗଠନ ରେ ସହେଯାଗ କରିଥିଲେ ।

ତତ୍ ସହିତ ଏବେ ବର୍ଷାସମୟ ହୋଇଥିବାରୁ ବଜ୍ରାଘାତରେ ଧନ ଓ ଜିବନ ହାନି ହେବାର ଆଶଙ୍କା ଥିବାରୁ ବିଭିନ୍ନ ପ୍ରଚାରପତ୍ର ମାଧ୍ୟମରେ ବଜ୍ରପାତ ପ୍ରତି ସାବଧାନ ହେବାକୁ ମଧ୍ୟ ସଚେତନତା କରାଯିବା ସହିତ ଗାଁ ଗୁଡିକରେ ଅଧିକ ସଚେତନତା ପାଇଁ ପୋଷ୍ଟର ବଂଟନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମ କୁ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ପାବୁରିଆ ଠାରେ ଉଦ୍ଘାଟନ କରିଥିବା ବେଳେ ଏହା ଜିଲ୍ଲା ର ବିଭିନ୍ନ ସ୍ଥାନରେ କରାଯିବ ବୋଲି ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ କହିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସ୍ୱେଛାସେବୀ ବାଥୁଏଲ ନାୟାକ ଓ ଗ୍ରାମପଂଚାୟତ ନିର୍ବାହି ଅଧିକାରୀ ଶୁସାନ୍ତ ପ୍ରଧାନ, କାର୍ତୀକେଶ୍ୱର ବେହେରା, ଆଦିତ୍ୟରଞନ ବିଶୋଇ, ଚିନ୍ମୟୀ ସାମଲ , କନିଷ୍ଟ ଯନ୍ତ୍ରୀ ବିଜୟ କୁମାର କିଶାନ ଏବଂ ଏ.ଡି.ଇ.ଓ. ଏସ୍.ଅଶ୍ୱିନି କୁମାର ପାତ୍ର ସହେଯାଗ କରିଥିଲେ ।

nis-ad
Leave A Reply

Your email address will not be published.