ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୨ ସପ୍ତାହ ହେଲା ଆଳୁକୁ ନେଇ ଚର୍ଚ୍ଚା ଜୋରଧରିଛି। ପଶ୍ଚିମବଙ୍ଗରୁ ସ୍ବାଭାବିକ ଭାବେ ଆଳୁ ଆମଦାନୀ ହୋଇପାରୁ ନଥିବାର ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟରେ ଆଳୁ ଦର ସବୁଠି ସମାନ ନାହିଁ। ଆଲୁ କିଲୋ କେଉଁଠି ୩୫ ଟଙ୍କାରେ କେହିକେହି ୫୦ ଟଙ୍କାରେ ମଧ୍ୟ କିଣୁଥିବା ଦୃଷ୍ଟିଗୋଚର ହେଉଛି। ବ୍ୟବସାୟୀମାନଙ୍କୁ ସରକାର ଆଳୁ କିଲୋ ୩୫ ଟଙ୍କାରେ ବିକିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ସମସ୍ତେ ପାଳନ କରୁନାହାନ୍ତି। ରାଜ୍ୟରେ ଆଳୁ ସମସ୍ୟା ନେଇ ଶନିବାର ବିଜେଡି ସାମ୍ବାଦିକ ସମ୍ମିଳନୀ କରିଛି।
ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ଆଳୁ ସମସ୍ୟା ଆହୁରି ୧୫ ଦିନ ରହିବ। ତେଣୁ ଏସ୍ମା ଲାଗୁ କରି ଆଳୁ ବଜାରକୁ ନିୟନ୍ତ୍ରଣ କରିବା ଜରୁରୀ। ଶ୍ରୀମତୀ ମଲ୍ଲିକ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଖାଉଟିଙ୍କ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଲୋକଙ୍କ ଅସୁବିଧା ପ୍ରତି ସରକାର ଆଖି ବୁଜି ଦେଇଛନ୍ତି। ଆମେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରୁଛୁ। ସରକାର ଦାୟିତ୍ବହୀନ ମନ୍ତବ୍ୟ ଦେଇ ଚାଲିଛନ୍ତି। ଅସାଧୁ ବ୍ୟବସାୟୀଙ୍କ ସହିତ ମେଣ୍ଟ କରିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପ୍ରକଳ୍ପ ନେଇ ହିସାବ ଦେଉଛନ୍ତି। ଧର୍ମେନ୍ଦ୍ର କହିଲେ ୧୮ଲକ୍ଷ କୋଟି, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା କହିଲେ ୪.୮ଲକ୍ଷ କୋଟି, ମୁଖ୍ୟମନ୍ତ୍ରୀ କହିଲେ ୬ଲକ୍ଷ କୋଟି ରାଜ୍ୟକୁ ମିଳିଛି। ରେଳ ପ୍ରକଳ୍ପ ମଧ୍ୟ ତା ମଧ୍ୟରୁ ଗୋଟିଏ। ରେଳବାଇ କ୍ଷେତ୍ରରେ ରାଜ୍ୟରେ ନୂଆ ପ୍ରକଳ୍ପ ଆରମ୍ଭ ହୋଇନାହିଁ। ଘୋଷଣା ହୋଇଥିବା ରେଳ ପ୍ରକଳ୍ପ ସାତ ବର୍ଷ ତଳେ ବଜେଟରେ ଘୋଷଣା ହୋଇଥିଲା। କେଉଁ ଉଦ୍ଦେଶ୍ୟରେ ନୂଆ ପ୍ରକଳ୍ପ ଘୋଷଣା କଲେ, ସେନେଇ ବି ସୂଚନା ନାହିଁ। ବଜେଟରେ ପାସ ହୋଇଥିଲେ ବି କାମ ହୋଇନାହିଁ। ଗୁଣୁପୁର -ଥେରୁବାଲି ରେଳ ପ୍ରକଳ୍ପର ସାତ ବର୍ଷ ତଳେ ବଜେଟ୍ ଆଲୋକେସନ ହୋଇଥିଲା। ସାତ ବର୍ଷର ବଜେଟ ପ୍ରସ୍ତାବକୁ ଏବେ ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି।
ଅନ୍ୟପଟରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଭୁବନେଶ୍ୱର ୟୁନିଟ-୧ ମାର୍କେଟରେ ଚଢ଼ାଉ କରିଛି। ଏହି ଚଢ଼ାଉ ମାଧ୍ୟମରେ ସରକାର ଧାର୍ଯ୍ୟ କରିଥିବା ଦାମ୍ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ ହୋଇଛି। କିଲୋ ପିଛା ୩୨ ଓ ୩୫ ଟଙ୍କାରେ ବିକିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.