ବାବୁ ମାନଙ୍କ କଳା ସାମ୍ରାଜ୍ୟ ପିସି ଟଙ୍କାରେ ଜମି ପ୍ଲଟ କ୍ରୟ କରୁଛନ୍ତି

ଭିଜିଲାନ୍ସ ବିଭାଗ ଜଳକା……..
ବ୍ରହ୍ମପୁର : ବାବୁ ମାନଙ୍କ ନାମରେ କୋଟି କୋଟି ଟଙ୍କାର ଜମି ରହିଥିବା ନିସର୍ତ୍ତ ରେ ପୂର୍ବରୁ ଖବର ପ୍ରକାଶ ହୋଇଥିଲେ। ନୂତନ ସରକାର ଆସିବା ପରେ ଗଞ୍ଜାମ ଜିଲ୍ଳାକୁ ଛାଡ଼ି ଅନ୍ୟ ଜିଲ୍ଳାରେ ଭିଜିଲାନ୍ସ ବିଭାଗ ଆକ୍ସନ ମୁଡ଼ରେ ଆସିଯାଇଛି। ଗତ କିଛି ଦିନ ହେଲା ଯେତେ ବାବୁ ମାନେ ଭିଜିଲାନ୍ସ ହାବୁଡ଼ରେ ପଡୁଛନ୍ତି। ସବୁ ବାବୁ ମାନଙ୍କ ଗୃହ ଏବଂ ସମ୍ପର୍କୀୟ ଙ୍କ ନାମରେ କୋଟି କୋଟି ଟଙ୍କାର ପୁଳା ପୁଳା ଟଙ୍କା କେଜି କେଜି ସୁନା ସହ ପ୍ଲଟ ଓ ଜମି କ୍ରୟ କରିଥିବାର ପର୍ଦାଫାଶ ହେଉଛି।ଗୋଟେ ଗୋଟେ ବାବୁ ମାନଙ୍କ ୨୦ ରୁ ଉର୍ଦ୍ଧ ପ୍ଲଟ ଥିବାର ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି,କନିସି, ଭଞ୍ଜ ନଗର ଆଦି ଅଞ୍ଚଳ ରେ ଜିଲ୍ଲାରେ ପୂର୍ବରୁ ଥିବା ବଡ଼ ବଡ଼ ଆଗଧାଡିର ବାବୁ ମାନଙ୍କ କୋଟି କୋଟି ଟଙ୍କାର ଜମି ନିଜ ସମର୍ଥକଙ୍କ ନାମରେ ଥିବା ନେଇ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ସେ ସମୟର ବିଜେଡ଼ି ସରକାର ଗଞ୍ଜାମ ଜିଲ୍ଲାର ବାବୁ ମାନଙ୍କ କେଳେଙ୍କେରୀ ସମ୍ପର୍କ ରେ ଖବର ପ୍ରକାଶ ପରେ ବାବୁ ମାନଙ୍କୁ ଭୁବନେଶ୍ୱର ନେଇ ଥଇଥାନ କରାଯାଇଥିବା ଚର୍ଚ୍ଚା ହୋଇଥିଲା। ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ରାଜଙ୍କ ଭଳି ଜୀବନ ବିତାଇ କୋଟି କୋଟି ଟଙ୍କାର ପାହାଡ଼ ଉପରେ ବସିଥିବା ବାବୁଙ୍କ ସମ୍ପତ୍ତି ଯାଞ୍ଜ କରିଲେ ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଲାଣି। ଏହା ସହ ଏଠାକାର କିଛି ଭିଜିଲାନ୍ସ ର ବାବୁ ମାନଙ୍କୁ ଭିଜିଲାନ୍ସ ଦ୍ୱାରା ତଦନ୍ତ କରିଲେ ବଡ଼ ମାଛ ଧରାପଡ଼ିବେ ବୋଲି ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.